
ଭବାନୀପାଟଣା,କଳାହାଣ୍ଡି ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହକାରେ ପରିଚାଳନା ପାଇଁ ଜିଲ୍ଲା ପୋଲିସ ଏବଂ ସି.ଅ।ର.ପି.ଏଫ. ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ଏକ ପ୍ରସ୍ତୁତି ବୈଠକ ଗତକାଲି ସଂନ୍ଧ୍ୟାରେ ଜିଲ୍ଲା ପୋଲିସ ଏସ.ପି.ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେପରି ସୁରୁଖୁରୁରେ ହୋଇପାରିବ, ଭୋଟର ମାନେ ଶାନ୍ତି ଶୃଙ୍ଖଳାରେ ନିଜର ମୌଳିକ ଅଧିକାରକୁ ସାଫଲ୍ୟ କରି ପାରିବେ, କୌଣସି ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ । ଏନେଇ ପୋଲିସ ନିୟୋଜିତ କରାଯାଇଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭୋଟ କେନ୍ଦ୍ରରେ ଫୋର୍ସ ମୃତୟନ କରାଯିବାର ବ୍ୟବସ୍ଥା ହୋଇଛି । ଏସ.ପି. ଓ ସି.ଅ।ର.ପି.ଏଫ. ମୁଖ୍ୟ ମାନେ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି ।
ଆସନ୍ତା ୧୬ ତାରିଖରେ ଭୋଟ୍ ଆରମ୍ଭ ହେବ । ଜିଲ୍ଲାର ବି. ଜେ. ଡି., ବି. ଜେ. ପି., କଂଗ୍ରେସ ପ୍ରାର୍ଥୀ ମାନେ ଭୋଟରମାନଙ୍କୁ ନିଜ ସପକ୍ଷରେ ମନାଇବାରେ ଲାଗିଛନ୍ତି । ପ୍ରାର୍ଥୀ ଓ ସମର୍ଥକ ମାନେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ବି.ଜେ.ଡି.ର ଜିଲ୍ଲା ସଭାପତି, ମନ୍ତ୍ରୀ, ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନେ କର୍ମୀ ମାନଙ୍କୁ ମନ୍ତ୍ର ଦେଉଥିବା ଜଣାଯାଏ । କଂଗ୍ରେସରେ ମଧ୍ୟ ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ବୁଲୁଥିବା ବେଳେ ବି.ଜେ.ପି. ଦଳର କର୍ମକର୍ତ୍ତା ମାନେ ମଧ୍ୟ ଜୋରସୋର ପ୍ରଚାର ଚଳାଇଛନ୍ତି ।