
-
କାର୍ ଦୁର୍ଘଟଣାରେ ୩ ଗୁରୁତର
କନ୍ଧମାଳ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡୁଲୁରୀ ବୁଲାଣିରେ ଶନିବାର ବିଳମ୍ବିତ ରାତିରେ ଏକ ହ୍ୟୁଣ୍ଡାଇ ଏକସେଣ୍ଟ କାର୍ ଦାରିଙ୍ଗବାଡ଼ି ପଟୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାଉଥିବା ସମୟରେ ଘନ କୁହୁଡ଼ି ଯୋଗୁଁ ବୁଲାଣିରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ରାସ୍ତାରୁ ଖସି ବାମ କଡ଼ରେ ଥିବା ପାଣି ପମ୍ପ ଗୃହର ପାଚେରୀରେ ଧକ୍କା ଦେଇ ପାଚେରୀ ଭାଙ୍ଗି ଓଲଟି ପଡିଥିଲା । ଯାହା ଫଳରେ କାର୍ ରେ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦାରିଙ୍ଗବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଅବସ୍ଥା ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ଆହତ ହୋଇଥିବା ଲୋକମାନେ କନ୍ଧମାଳ ଜିଲ୍ଲା କୋଟଗଡ଼ ଯାକେସି ଅଞ୍ଚଳର ବୋଲି ଜଣାପଡ଼ିଛି ।