
ଗଞ୍ଜାମ, ଭଗବାନ ଗୌତମ ବୁଦ୍ଧଙ୍କର ପ୍ରତିମୂର୍ତିଟି ବ୍ରହ୍ମପୁର ମୁନିସିପାଲିଟି କର୍ପୋରେସନ ଗେଷ୍ଟହାଉସ ପଛପଟ ବାଉଣ୍ଡ୍ରି ଭିତରେ (ଜାତୀୟ କଂଗ୍ରେସ,ବାପୁଜୀଭବନ) ରୋଡରେ ଅବସ୍ଥାପିତ । ଉକ୍ତ ମୂର୍ତିଟି ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଛି । ଏହି ମୂର୍ତିଟିର ଚତୃପାଶ୍ୱର୍ରେ ଲଟାବୁଦା ଘେରି ରହିଛି ଏବଂ ଏହାର ଗ୍ରିଲଗେଟ ଭଙ୍ଗା ରୁଜାହୋଇ ଥିବା ଯୋଗୁଁ ଅବାଧ ପ୍ରବେଶର ଦ୍ୱାହି ଦେଇ ଅପରିଷ୍କାର ହେବା ସ୍ୱାଭାବିକ୍ । ଆମେ ସମସ୍ତେ ଜାଣିଛନ୍ତି, ଦେଶବିଦେଶରେ ବୁଦ୍ଧଦେବଙ୍କୁ ଭଗବାନ ସ୍ୱରୂପ ପୂଜ୍ୟ ପୁଜା କରାଯାଉଛି, ଯାହାକି ବୌଦ୍ଧଧର୍ମର ପ୍ରତୀକ ମଧ୍ୟ । ତେଣୁ ତୁରନ୍ତ ଏହାର ପୁନଃଉଦ୍ଧାର ଦିଗରେ ପଦକ୍ଷେପ ନେବାକୁ ବ୍ରହ୍ମପୁର ମୁନିସିପାଲିଟି କର୍ପୋରେସନ କମିସନରଙ୍କ ନିକଟରେ ଦାବି ହୋଇଛି ।