
ଭୁବନେଶ୍ୱର,ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିର ୫ ଜଣ ନେତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୪ ଜଣ ରହିଥିବା ବେଳେ ଗଂଜାମ ଘୁମୁସରର ଜଣେ ରହିଛନ୍ତି । ଭଦ୍ରକ ଜିଲ୍ଲାର ରାମଚନ୍ଦ୍ର ଦାସ, ଜୟରାମ ମୁଦୁଲି , ସୁବାସ ମୁଦୁଲି ଓପ୍ରତାପ ଦାସ ଏବଂ ଘୁମୁସୁର (ଗଞ୍ଜାମ)ର ନିରଞ୍ଜନ ସ୍ୱାଇଁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ନିମ୍ନଲିଖିତ ସଦସ୍ୟଙ୍କୁ ପାର୍ଟୀରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।