
-
ଓଡିଶାରେ ପ୍ରଥମ ଜର୍ମାନୀ କମ୍ପାନୀର UPVC ଉତ୍ପାଦନ
ସାସମୋସିଟିର ସତ୍ବାଧୀକାରୀ ଯୁବ ଶିଳ୍ପପତି ବିଶ୍ୱରଞ୍ଜନ ସାସମଲ ଙ୍କ ପ୍ରତ୍ୟେକ୍ଷ ଉପସ୍ଥିତରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ନେବଳ ଦାସ ମଠର ମହନ୍ତ ଡ଼. ରାମ ଚରଣ ଦାସଜୀ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ସାସମୋସିଟିର ଶୁଭ ଉଦଘାଟନ କରିଥିଲେ |ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଏହି ଶିଳ୍ପାନୁଷ୍ଠାନ ମାଧ୍ୟମରେ ପୁରୀର ଯୁବକ ମାନେ କର୍ମ ନିଯୁକ୍ତି ପାଇବା ସହିତ ଅଗ୍ନି ନିର୍ବାପକ ପ୍ଲାଷ୍ଟିକ ଗୃହ ନିର୍ମାଣ ଉପକରଣ ଓଡିଶା ବାସୀ ପାଇପାରିବେ ଏହା ପୁରୀ ପାଇଁ ଗୌରବ ଅଟେ |
ସଂମ୍ମାନିତ ଅତିଥି ଭାବେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ଓ ସମ୍ପାଦକ ତଥା ଗୋବିନ୍ଦ ଗୋଧାମ ଗୋଶାଳାର ମୁଖ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ ଯୋଗ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ |ଏହି ଅବସରରେ ପଣ୍ଡିତ ସରୋଜ କୁମାର ମିଶ୍ର, ଶିରୁଳି ମହାବୀରଙ୍କ ବଡପଣ୍ଡା ବ୍ରଜ ସୁନ୍ଦର ବଡ଼ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପଣ୍ଡିତ ସୌମ୍ୟରଞ୍ଜନ ଆଚାର୍ଯ୍ୟ, ଗଣେଶ୍ୱର ପଣ୍ଡା, କାର୍ତ୍ତିକ ପଣ୍ଡା, ବାଦ୍ୟକାର ବୃନ୍ଦାବନ, ପପୁ ପ୍ରମୁଖ ସଙ୍ଗୀତମୟ ସୁନ୍ଦରାକାଣ୍ଡ ପାଠ କରିଥିଲେ |ସାସମଲ ପରିବାର ଏହି ପୂଜାରେ ଉପସ୍ଥିତ ରହି ଗୋସେଵା କରିଥିଲେ |ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଏବଂ ସାମ୍ବାଦିକ କୈଳାଶ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ |