
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଜୟନ୍ତୀ ଅବସରରେ ମହର୍ଷୀ ଦୟାନନ୍ଦଙ୍କୁ ସ୍ମରଣ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଭାରତୀୟ ସଂବାହକ, ପ୍ରବୁଦ୍ଧ ରାଷ୍ଟ୍ର ଚିନ୍ତକ, ମହାନ ଶିକ୍ଷାବିଦ ଓ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଂଜଳିା ତାଙ୍କର ଶିକ୍ଷା ଭାରତର ସାମାଜିକ ସଂସ୍କାର ଓ ନବ ଚେତନାର ସଂଚାର କରିଛି । ତାଙ୍କର ବିଚାର ଯୁଗ ଯୁଗ ପାଇଁ ଭାରତର ମାର୍ଗଦର୍ଶନ କରୁଥିବ ।