-
ପୁରୀ ପୌରାଚଂଳରୁ ସର୍ବାଧିକ ୭
ପୁରୀ, ପୁରୀ ଜିଲ୍ଲାରେ କରୋନାର ତୃତୀୟ ଲହରର ପ୍ରଭାବ ଜାରୀ ରହିଛି । ତେବେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏହି କ୍ରମରେ ଆଜି ଜିଲ୍ଲାରେ ନୂଆ ୩୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ୨ ଜଣ, ବ୍ରହ୍ମଗିରି ବ୍ଲକରୁ ଜଣେ, ଗୋପ ବ୍ଲକରୁ ୨ ଜଣ, କାକଟପୁର ବ୍ଲକରୁ ୨ ଜଣ, କଣାସ ବ୍ଲକରୁ ୩ ଜଣ, ନିମାପଡ଼ା ବ୍ଲକରୁ ୩ ଜଣ, ପିପିଲି ବ୍ଲକରୁ ୩ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ଜଣେ, ପୁରୀ ସଦର ବ୍ଲକରୁ ୫ ଜଣ, ସତ୍ୟବାଦୀ ବ୍ଲକରୁ ୩ ଜଣ ଏବଂ ପୁରୀ ପୌରାଚଂଳରୁ ସର୍ବାଧିକ ୭ ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ପୁରୀ ଜିଲାରେ ରହୁଥିବା ଖୋର୍ଦ୍ଧା ଜିଲ୍ଲାର ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।