ମାଲକାନଗିରି, ଓର୍କେଲ ଥାନା ଓ କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡି ର ମିଳିତ ପ୍ରଚେଷ୍ଟାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ସହକାରେ କରିବା ନିମନ୍ତେ ଆଜି କୁଡୁମୁଲୁଗୁମ୍ମା ଠାରେ ଏକ ଫ୍ଲାଗମାର୍ଚ୍ଚ କରାଯାଇଛି । ଚିତ୍ରକୋଣ୍ଡା ଏ ସଡିପିଓ ଅ°ଶୁମାନ ଦ୍ୱିବେଦୀ ଓ ଓର୍କେଲ ଥାନା ଅଧିକାରୀ ଜନ୍ କୁଜୁରଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ କୁଡୁମୁଲୁଗୁମ୍ମା ସହର ପରିକ୍ରମା କରିଥିଲା । ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ନିର୍ବାଚନକୁ ଅବାଧ ଓ ଭୟମୁକ୍ତ କରିବା ସହ ଜନସାଧାରଣଙ୍କ ନିକଟତର ହେବା ।
ଏସଡିପିଓ ଶ୍ରୀ ଦ୍ୱିବେଦୀ କହିଛନ୍ତି ଯେ, ଏହି ଫ୍ଲାଗମାର୍ଚ୍ଚ ଦ୍ୱାରା ଜନସାଧାରଣଙ୍କ ମନରେ ଭୟମୁକ୍ତ ଓ ଅପରାଧ ମୁକ୍ତ ବାତାବରଣ ସୃଷ୍ଟି କରିବା ଯାହା ଫଳରେ ଲୋକେ ବିନା ଭୟ ଓ ଦ୍ୱିଧାରେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ।