କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବିନା କୋଭିଡ୍ ପ୍ରମାଣ ପତ୍ର ରେ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ଅନୁମତି ପ୍ରଦାନ ନିମନ୍ତେ ବିଜେଡ଼ି ଲିଗାଲ ସେଲ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ନିବେଦନ ପତ୍ର ପ୍ରଦାନ କରାଯାଇଛି|
କୋଭିଡି କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତିକୁ ଲିଗାଲ ସେଲ ସ୍ୱାଗତ କରିଛି |ଵର୍ତ୍ତମାନ ସମୟରେ ଦୈନିକ କୋଭିଡି ସଂକ୍ରମଣ ହ୍ରାସ ପାଇଲାଣି, ଶ୍ରୀମନ୍ଦିର ଭିତରକୁ ଭକ୍ତ ମାନଙ୍କୁ ବିନା କୋଭିଡି ପ୍ରମାଣପତ୍ରରେ ଦର୍ଶନ ପାଇଁ ସୁଯୋଗ ମିଳୁ ଯାହାଫଳରେ ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ କୋଭିଡି ପ୍ରମାଣ ପତ୍ର ବାଧକ ହେବନାହିଁ |ଶ୍ରୀମନ୍ଦିର ଚାରିଦ୍ୱାର ରେ ଭକ୍ତମାନେ ବଡଦେଉଳକୁ ପ୍ରବେଶ କରିଲେ ଗହଳି କମିବା ସହ ସାମାଜିକ ଦୂରତ୍ବ ରକ୍ଷା ହେଇପାରିବ |
ଉକ୍ତ ନିବେଦନ ପତ୍ର ପ୍ରଦାନ ସମୟରେ ଲିଗାଲ ସେଲ ଜ଼ିଲ୍ଲା ସଭାପତି ବିଶ୍ୱଜିତ ପ୍ରଧାନ, ସାଧରଣ ସମ୍ପାଦକ ଅନିଲ୍ କୁମାର ସାହୁ,ସମ୍ପାଦକ ସୁଭାଶିଷ ମହାନ୍ତି, ରାକେଶ ଜେନା, ସୁରେଶ ମହାପାତ୍ର, ଶକ୍ତିଧର ବିଶୋଇ, ରତିକାନ୍ତ ପତିହାରୀ ଓ ଭବାନୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |
Related Stories
November 23, 2024