ଗାନ୍ଧୀନଗର ,ଗୁଜରାତରେ ଗତ ୨୪ ଘଂଟାରେ ୨,୨୭୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହି ସମୟ ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧,୪୩୭ ଟି ସକ୍ରିୟ ମାମଲା ରହିଛି ।
କର୍ଣାଟକରେ ଗତ ୨୪ ଘଂଟାରେ ୫,୦୧୯ କରୋନାର ନୂଆ ମାମଲା
ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୫,୦୧୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୨,୦୧୩ ହୋଇଛି ।
ଦିଲ୍ଲୀରେ ଗତ ୨୪ ଘଂଟାରେ ୧,୧୧୪ କରୋନାର ନୂଆ ମାମଲା
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୧,୧୧୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୩୮ ହୋଇ ଯାଇଛି ।