ଭୁବନେଶ୍ୱର,କଳାହାଣ୍ଡି ଜିଲ୍ଲାର କୋକସରାର ପୂର୍ବତନ ବିଧାୟିକା ରୋଶନି ସିଂହଦେଓଙ୍କର ଶୁକ୍ରବାର ଦିନ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କର ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଭୁବନେଶ୍ୱରସ୍ଥିତ ବାସଭବନରେରେ ତାଙ୍କର ପରଲୋକ ହୋଇଛି । ତାଙ୍କ ମର ଶରୀରକୁ ଜୟପାଟଣା ଅଣାଯାଉଛି ।
ଉଲ୍ଲେଖନୀୟ ଯେ ରୋଶନି ସିଂହଦେଓ ୨ ଥର ଲଗାତାର କୋକସରା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହିଥିଲେ । ସେ ୧୯୯୫ ୨୦୦୦ ଯାଏ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୦ରୁ ୨୦୦୪ ଯାଏ ବିଜୁ ଜନତା ଦଳ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।