
ମାଲକାନଗିରି, ନିର୍ବାଚନ ପୂର୍ବରୁ ଆଜି ସ୍ୱାଭିମାନ ଅଂଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ସେ ହେଲିକପ୍ଟର ଯୋଗେ ସ୍ୱାଭିମାନ ଅଂଚଳର ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ ପହଂଚି କିପରି ଶାନ୍ତିଶୃଙ୍ଖଳାର ସହିତ ଭୋଟଗ୍ରହଣ କରାଯିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ସେ ମାଓବାଦୀଙ୍କୁ ହିଂସାର ପଥ ପରିହାର କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ଆହ୍ୱାନ କରିଛନ୍ତି ।
ଏଥି ସହିତ ସ୍ୱାଭିମାନ ଅଂଚଳରେ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ପାଇଁ ଆବଶ୍ୟକ ହେଲେ ହେଲିକପ୍ଟର ଓ ଡ୍ରୋନ୍ ର ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ପୋଲିସ ଡ଼ିଜିଙ୍କ ଏହି ଗସ୍ତ କାଳରେ ତାଙ୍କ ସହିତ ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।