
ଭଦ୍ରକ, ଭଦ୍ରକ ସହରର ନୂଆବଜାର ଠାରେ ‘ମଡର୍ଣ୍ଣ ପାଥୋଲୋଜି’ରୁ ସୋମବାର ରାତିରେ ଚୋରି ଉଦ୍ୟମ ହୋଇଛି । ଦୁଇଜଣ ଯୁବକ ବିଳମ୍ବିତ ରାତିରେ ପାଥୋଲୋଜି ପଛପଟ “ସ୍କାଏ ଲାଇଟ’ ଭାଙ୍ଗିଥିଲେ । ଜଣେ ଚୋରି ଉଦେ୍ଧଶ୍ୟରେ ଭିତରକୁ ପଶିଥିବା ବେଳେ ଅନ୍ୟଜଣେ ବାହାରେ ଥିଲେ । ତେବେ ଭଙ୍ଗାରୁଜା ଶବ୍ଦଶୁଣି ଜଣେ ରୋଗୀବୁହା ଯାନ ଗାଡିର ଚାଳକ ଅନ୍ୟମାନଙ୍କୁ ଡାକିଥିଲେ । ପରେ ରାତ୍ରିକାଳୀନ ପେଟ୍ରୋଲିଂରେ ଥିବା ପୁଲିସ ଦୁଇଜଣଙ୍କୁ ଥାନାକୁ ନେଇ ଯାଇଥିଲେ । ପାଥୋଲୋଜି ମାଲିକ ବିକାଶ ବାରିକଙ୍କ ଏତଲା କ୍ରମେ ସହରାଞ୍ଚଳ ପୁଲିସ ଦୁଇ ଯୁବକ ଗଣେଶ ମୁଣ୍ଡା (୨୦) ଓ ଗୋବିନ୍ଦ ମୁଣ୍ଡା(୧୯)ଙ୍କୁ ଗିରଫ କରିଛି । ଗଣେଶଙ୍କ ଘର ଠାକୁରମୁଣ୍ଡା ଅଞ୍ଚଳରେ ଓ ଗୋବିନ୍ଦଙ୍କ ଘର ବନ୍ତ ଅଞ୍ଚଳରେ । ଦୁହେଁ ସ୍ଥାନୀୟ ଚାରିଘରିଆର ଏକ ପରିତ୍ୟକ୍ତ ଘରେ ରହୁଥିବା ଜଣାପଡିଛି ।