
ଭଦ୍ରକ,ଭଣ୍ଡାରିପୋଖରୀ ଗୋÂୀଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଓ ପଂଚମ ଶ୍ରେଣୀ ବୃତି ପରୀକ୍ଷା ଫଳ ଶାରଦା ବିଦ୍ୟାମନ୍ଦିରକୁ ଗୌରବାନ୍ୱିତ କରିଛି । ଏହି ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ଭାବେ ୩ୟଶ୍ରେଣୀ ବୃତିରେ ବିଦ୍ୟାମନ୍ଦିର ତୃପ୍ତିମୟୀ ଭାରତୀ ବ୍ଲକରେ ପ୍ରଥମ, ଛାତ୍ରୀ ଅନ୍ୱେଶା ଜୟସ୍ମୀତା ସେନାପତି ଚତୁର୍ଥ ସ୍ଥାନ ଅଧିକାର କରି ଉକôର୍ଷତା ଭିତିରେ ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଉକôର୍ଷତା ଓ ଗରିବ ଆଧାରରେ ଶାରଦା ବିଦ୍ୟାମନ୍ଦିର ଛାତ୍ର ଚିନ୍ମୟ କୁମାର ପଣ୍ଡା ଚତୁର୍ଥ ସ୍ଥାନ ଅଧିକାର କରି ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପଂଚମ ଶ୍ରେଣୀ ବୃତି ପରୀକ୍ଷା ଫଳ ଅନୁଯାୟୀ ଶାରଦା ବିଦ୍ୟାମନ୍ଦିର ଛାତ୍ର ସୌମ୍ୟରଞ୍ଜନ କର ବ୍ଲକସ୍ତରରେ ଦ୍ୱିତୀୟ, ଛାତ୍ର ଓମପ୍ରକାଶ ଦାସ ତୃତୀୟ ଓ ଛାତ୍ର ଅର୍ଣ୍ଣବ କୁମାର ସେନାପତି ସପ୍ତମ ସ୍ଥାନ ଅଧିକାର କରି ଉକôର୍ଷତା ଆଧାରରେ ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।