
ଭଦ୍ରକ, ସୋମବାର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀଶାସନ ଗ୍ରାମର ସମାଜସେବୀ, କୃଷକ, ଧର୍ମପରାୟଣ ଓ ଅନୁଷ୍ଠାନପ୍ରେମୀ ବ୍ୟକ୍ତିିତ୍ୱ ସ୍ୱର୍ଗତ ଡମ୍ବରୁଧର ବେହେରାଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି । ଡମ୍ବରୁବାବୁଙ୍କ ମରଶରୀରକୁ ଶୋଭାଯାତ୍ରାରେ ଶହ ଶହ ଜନତା ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ରାତ୍ର ପ୍ରାୟ ୧୦ଟା ସମୟରେ ବ୍ଲକଛକ ଶନିମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା ସହ କହରାପୋଖରୀଶାସନ ଗ୍ରାମକୁ ନିଆଯାଇଥିଲା । ଶହ ଶହ ଜନତା ସ୍ୱତଃପ୍ରବୃତ ଭାବେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ କରଣ, ଶାରଦା ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ ।