
ଭଦ୍ରକ, ଧାମରାରେ ନିକଟସ୍ଥା ଜାଗୁଳା ପଂଚାୟତ ୨୦୦୨ ମସିହାରେ ଏକ ସ୍ୱତନ୍ତ୍ର ପଂଚାୟତର ମାନ୍ୟତା ପାଇଥିଲା । ଏହି ପଂଚାୟତରେ ଚଳିତ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗୋଟିଏ ରାଜସ୍ୱ ଗ୍ରାମରୁ ୩ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଦଣ୍ଡାୟମାନ । ପଂଚାୟତ ନିର୍ବାଚନ ଘୋଷଣା ଠାରୁ ବିଜେପି ଏବଂ କଂଗ୍ରେସ ପକ୍ଷରୁ ମେଂଟ ପାଇଁ କସରତ ଚାଲିଥିଲା ହେଲେ ଏହି କସରତ କେବଳ ପଂଚାୟତ ମଧ୍ୟରେ ସିମୀତ ହୋଇ ରହିଥିବା ବେଳେ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଏହି ୨ଟି ଦଳ ମେଂଟ କରିବାକୁ ରାଜି ହେଲେ ନାହିଁ ।ଫଳରେ ଜିଲ୍ଲା ପରିଷଦ ଆସନ ପାଇଁ ବିଜୁ ଜନତା ଦଳ,କଂଗ୍ରେସ ଏବଂ ବିଜେପି ତାର ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ମଇଦାନରେ ଉଭା ହୋଇଥିଲେ । ଏହି ପଂଚାୟତରେ ସମୁଦାୟ ଜନସଂଖ୍ୟା ୭ହଜାର ହୋଇଥିବା ବେଳେ ଚଳିତ ନିର୍ବାଚନ ପାଇଁ ଭୋଟରଙ୍କ ସଂଖ୍ୟା ୫ହଜାର ୨୫୧ । ଜାଗୁଳା ପଂଚାୟତର ସମୁଦାୟ ଓାର୍ଡ ସଂଖ୍ୟା ୧୩ ହୋଇଥିବା ବେଳେ ୫ଟି ରାଜସ୍ୱ ଗ୍ରାମକୁ ନେଇ ଏହି ପଂଚାୟତ ଗଠିତ । ସମିତି ସଭ୍ୟା ପାଇଁ କଂଗ୍ରେସ ଏବଂ ବିଜେପି ମେଂଟ ପକ୍ଷରୁ ବିନ୍ଦୁଲତା ମହାକୁଡ ଏବଂ ବିଜୁ ଜନତା ଦଳ ତରଫରୁ ସଂଯୁକ୍ତା ଦାସ ନିଜ ପ୍ରାର୍ଥୀତ୍ୱ ଜାହିରୀ କରୁଥିବା ବେଳେ ସରପଂଚ ପାଇଁ ବସନ୍ତ ଦାସ,ସଞୟ କୁମାର ଜେନା ଏବଂ ସୁରେଶ ସେଠୀ ପ୍ରମୁଖ ନିର୍ବାଚନ ରଣାଙ୍ଗନାରେ । ୨୦୧୭ ମସିହାରେ ହୋଇଥିବା ପଂଚାୟତ ନିର୍ବାଚନରେ ୪୦୫୮ ଜଣ ମତଦାତା ସେମାନଙ୍କର ମତଦାନ କରିଥିବା ବେଳେ କଂଗ୍ରେସ ଜିଲ୍ଲା ପରିଷଦ ୧୭୩୯ ,ବିଜୁ ଜନତା ଦଳ୨୦୫୨ ଏବଂ ଭାରତୀୟ ଜନତା ପାର୍ଟି ୨୬୭ଖଣ୍ଡ ଭୋଟ ପାଇଥିଲେ । ଚଳିତ ନିର୍ବାଚନରେ ଏହି ପଂଚାୟତରୁ ଭାରତୀୟ ଜନତା ପାର୍ଟି ତରଫରୁ ତ୍ରିଦିବେଶ ପ୍ରଧାନ,ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଉମେଶ ମହାକୁଡ ଏବଂ ବିଜୁ ଜନତା ଦଳ ତରଫରୁ ବଳଭଦ୍ର ଲେଙ୍କା ନିଜର ପାରିବାର ପଣିଆ ଦେଖାଇ ଭୋଟର ମାନଙ୍କୁ ଆକୃଷ୍ଟ କରିବାରେ ଲାଗୁଛନ୍ତି । ବଳଭଦ୍ର ଲେଙ୍କା ବିଜୁ ଜନତା ଦଳ ତରଫରୁ କ୍ଷମତା ଦେଖାଉଥିବା ବେଳେ ତ୍ରିଦିବେଶ ପ୍ରଧାନ ଏବଂ ଉମେଶ ମହାକୁଡ ନିଜର ଅର୍ଥ ବଳରେ ନିଜ ପଂଚାୟତକୁ ନିଜ ହାତମୁଠାରେ ରଖିବାକୁ ଚେଷ୍ଟା କରିବା ସହ ଧାମରା ୭ପଂଚାୟତରେ ମଧ୍ୟ ନିଜର ଦବଦବା ଜାହିରୀ କରୁବାରେ ବ୍ୟସ୍ଥ .ଚଳିତ ନିର୍ବାଚନ ଗୋଟିଏ ପଟରେ କ୍ଷମତା ବନାମ ଅର୍ଥବଳ ହେବ ବୋଲି ସାଧାରଣରେ ଚର୍ଚା ।