
ବଲାଙ୍ଗିର ,ଟିଟିଲାଗଡ ସହର ର ବିଶିଷ୍ଟ ଶିକ୍ଷାବିତ ତଥା ସଙ୍ଗଠକ ସ୍ବର୍ଗତ ଅଶ୍ଵିନୀ ମହାନ୍ତି ଙ୍କ ବିୟୋଗରେ ଟିଟିଲାଗଡ ନାଗରିକ ମଞ୍ଚ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରାଧାକାନ୍ତ ପାଢ଼ୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ଉପସ୍ଥିତ ସଦସ୍ୟ ମାନେ ସ୍ବର୍ଗତ ମହାନ୍ତି ଙ୍କ ସୃତି ଚାରଣ କରିବା ସହ ତାଙ୍କ ବିୟୋଗ ଟିଟିଲାଗଡ ର ବିଭିନ୍ନ ସାମାଜିକ ଅନୁଷ୍ଠାନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ଦେଇଥିଲେ।ଆଗାମୀ ଦିନରେ ତାଙ୍କ ଅଧୁରା ସ୍ବପ୍ନ କୁ ସଂଗଠନ ତରଫରୁ ପୁରା କରାଯିବା କୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପସ୍ଥିତ ସଦସ୍ୟ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ର ସାଧାରଣ ସମ୍ପାଦକ ମୋହନ ଲାଲ ଜୈନ,ସମ୍ପାଦକ ଦୀପକ ସମାଜଦାର,ଉପସଭାପତି ପଦ୍ମନାଭ ବେହେରା, ସାଂଗଠାନିକ ସମ୍ପାଦକ ମନୋଜ ହାତୀ, ବରିଷ୍ଠ ସଦସ୍ୟ ଡ଼ ଘନଶ୍ୟାମ ଜୈନ,ଜଗନ୍ନାଥ ପଣ୍ଡା, ରାଜୀବ ଲୋଚନ ପାଢ଼ୀ,ହରିଶ ରାୟଠାତା,ପ୍ରକାଶ ଗୋୟଲ୍,ପ୍ରମୋଦ ପାଲ,ରାଜେନ୍ଦ୍ର ନାରାୟଣ ମିଶ୍ର,ସୁଧୀର ଘଡେ଼ଇ,ଲିଙ୍ଗ ସାହୁ,ଜଗନ୍ନାଥ ସାହୁ,ଅକ୍ଷୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।