
କନ୍ଧମାଳ , ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଅମିତା ପ୍ରଧାନ ନିଜ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ସେ ପୂର୍ବତନ ସରପଞ୍ଚ ଭାବେ ଏହି ପଞ୍ଚାୟତରେ କାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସେ ଗୁରୁଜନମାନଙ୍କ ଠାରୁ ନିର୍ବାଚନରେ ବିଜୟ ହାସଲ ପାଇଁ ଘରକୁ ଘର ବୁଲି ଆଶିର୍ବାଦ କାମନା କରୁଛନ୍ତି। ସୂଚନାଯୋଗ୍ୟ ଏହି ପଞ୍ଚାୟତରେ ୧୧ଟି ୱାର୍ଡ଼ ରହିଛି। ୧୧ଟି ୱାର୍ଡ ରେ ମୋଟ ୨୪୨୪ଜଣ ଭୋଟର ରହିଛନ୍ତି l ଡକରବାଡ଼ି, ଲାରିବାଡି,ଗବାଟବାଡ଼ି, ଯୁଡ଼ାବାଡ଼ି,ବଜାରସାହି,ରାଜୀବ ନଗର, ସାରୁମାହା ,ଅଲାରୀ, ଦଡ଼ିବାଡ଼ି, ଲାଦାମାଲା, ଯୋହନପଲ୍ଲୀ, ଡଡଡ଼ ମାହା ଆଦି ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତରେ ୨୪୨୪ ଭୋଟର ଆସନ୍ତା ୨୪ତାରିଖରେ ହେବାକୁ ଥିବା ନିର୍ବାଚନରେ ସେମାନଙ୍କ ପ୍ରତିନିଧି ଚୟନ କରିବେ। ଏହି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ଦ୍ବିମୁଖୀ ଲଢ଼େଇ ହେଉଥିବା ବେଳେ ଅନ୍ୟତମ ପ୍ରାର୍ଥୀନୀ ଭାବେ ବିଜୟ ଲକ୍ଷ୍ମୀ ପାଲାକା ଅମିତା ପ୍ରଧାନ ପ୍ରତିଦ୍ବନ୍ଦିତା କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।