
କନ୍ଧମାଳ , ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିିତ ପାଳନ କରିବା ପାଇଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ୧୦ନମ୍ବର ଜୋନରେ ଦାରିଙ୍ଗବାଡ଼ି ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରାଯାଇଛି । ସାଧାରଣ ନିିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ଓ ଆଚରଣ ବିଧିକୁ ପାଳନ କରିବା ପାଇଁ ପୋଲିସ ପ୍ରଶାସନର ତପ୍ରରତା ଦେଖିବାକୁ ମିଳିଛି ।ଦାରିଙ୍ଗବାଡ଼ି ଥାନାର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ଅଭିଯାନରେଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେସେକେଣ୍ଡ ଅଫିସର ଜିତେନ୍ଦ୍ର କୁମାର ବେହେରା, ଲକ୍ଷ୍ମୀ ମାଝୀ, ଏଏସଆଇ ସୁବାସ କୁମାର ବାୟକ, ପି. ଶ୍ରୀନିବାସ ରାଓ, ଅର୍ଜୁନ ଶବରଙ୍କ ସମେତ ଫୋର୍ସ ଓ ଅନ୍ୟଥାନା କର୍ମଚାରୀ ସାମିଲ ହୋଇ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବାସହିତ ବିଭିନ୍ନ ମାମଲାରେ ଜଡିତ ଅପରାଧୀ ଓ ଅସାମାଜିକଙ୍କ ପ୍ରତି କଡା କଡି ନଜର ରଖାଯାଇଥିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।