କଲିକତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (ଆରଏସଏସ)ର ସର ସଂଘ ଚାଳକ ମୋହନ ଭାଗବତ ପୁଣି ଥରେ ଗୁରୁବାର ପଶ୍ଚିମ ବଙ୍ଗ ଗସ୍ତରେ ଆସୁଛନ୍ତି । ଗୋଟିଏ ସପ୍ତାହରେ ସେ ଦ୍ୱିତୀୟ ଥର ପଶ୍ଚିମବଙ୍ଗ ଆସୁଛନ୍ତି ।
ସଂଘ ସୂତ୍ରରୁ ଜଣାପଡ଼ିଛି ଯେ, ଡ. ଭାଗବତ ଏକ ସପ୍ତାହ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ରହିବେ । ଏଠାରେ କେବଳ ସଂଗଠନ ନୁହେଁ, ସଂଗଠନର ପଦାଧିକାରୀ ମାନଙ୍କ ସହିତ ଭେଟିବେ । ସଂଗଠନର ମୁଖ୍ୟବୈଠକର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରଚାରକଙ୍କ ସମସ୍ୟା ଶୁଣିବା ଏବଂ ସଂଗଠନର ବିସ୍ତାରରେ ଆସୁଥିବା ଅସୁବିଧାକୁ ସମାଧାନ କରିବା ।