
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମାରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନିରାକରଣ ପାଇଁ ପିରାମଲ ସ୍ୱାସ୍ଥ୍ୟ ଅନୁଷ୍ଠାନ ସହଯୋଗରେ ଗୋଷ୍ଠୀ ସଚେତକ ମାନଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ମନୋଜ କୁମାର ଉପାଧ୍ୟାୟ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ନିରାକରଣ ସମ୍ପର୍କରେ ତାଲିମାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ । ଜିଲ୍ଲାର ଯକ୍ଷ୍ମା ରୋଗୀ ମାନଙ୍କୁ ଚିହ୍ନଟ କରିବାରେ ପିରାମଲ ଅନୁଷ୍ଠାନ ସହଯୋଗ କରୁଥିବାରୁ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଏହା ଅଧିକ ସହାୟକ ହୋଇପାରିବ ଵୋଲି କହିଥିଲେ । ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ସମୟରେ ଅଧିକ ସତର୍କତା ଜରୁରୀ । ଉକ୍ତ ରୋଗୀ ମାନଙ୍କୁ ଚିହ୍ନଟ କରିବା ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିଗଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପିରାମଲ ସ୍ୱାସ୍ଥ୍ୟ ଅନୁଷ୍ଠାନର ସୌମ୍ୟପ୍ରସାୟ ଡାକୁଆଙ୍କ ସହ ଡଃ ଅନୁପମ ସାହା, ବିପିନି ବିହାରି ବାହିନୀପତି, ଭବାନି ଶଙ୍କର ପଣ୍ଡା ଓ ଶୁଭମ ଶର୍ମା ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ଯକ୍ଷ୍ମା ସହକାରୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ପ୍ରଶାନ୍ତ କୁମାର ତ୍ରୀପାଠୀ ତାଲିମାର୍ଥୀ ମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଯକ୍ଷ୍ମା ବରିଷ୍ଠ ସୁପରଭାଇଜର ଶେଷଦେବ ନାୟକ ଓ ଅଶୋକ ବେହେରା ପ୍ରମୁଖ ସହଯୋଗ କରିଥିଲେ ।