
କନ୍ଧମାଳ, କନ୍ଧମାଳ ଜିଲ୍ଲା କ. ନୁଆଗାଁ ଫରେଷ୍ଟ ରେଞ୍ଜ୍ ଅଫିସର ବୈରାଗୀ ଚରଣ ବେହେରାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ମାଜିଷ୍ଟ୍ରେଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଏବଂ ଫୁଲବାଣୀ ଭିଜିଲାନ୍ସ ଟିମ୍ ର ମିଳିତ ଚଢ଼ଉ କରାଯାଇଛି । ଦିନକୁ ଦିନ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଦମନ ପାଇଁ ଜୋସ୍ ରେ ଆସିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବିନ ବିଭାଗ ରେଞ୍ଜର । ଏକକାଳୀନ ୩ ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ରେଞ୍ଜର ବୈରାଗୀ ଚରଣ ବେହେରାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ତାହାର ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍ । ରେଞ୍ଜର କନ୍ଧମାଳ, ବୌଦ୍ଧ ଏବଂ ଗଞ୍ଜାମର ୭ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ଉରେ ଭିଜିଲାନ୍ସ ଟିମ୍ ରେ ୪ ଡିଏସପି, ୭ ଇନସିପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି ।
କ.ନୂଆଗାଁ ରେଞ୍ଜରଙ୍କ ସରକାରୀ ବାସଭବନ ସମେତ ତାଙ୍କର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଥିବା ଲଣ୍ଡେଇସାହି, ବୌଦ୍ଧ ଜିଲ୍ଲା ବୁଟୁପାଲି ଓ ତାଙ୍କର ସମ୍ପର୍କିୟ ମାନଙ୍କ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଭଞ୍ଜନଗରର ଫାର୍ମ ହାଉସ ଓ ବାସଭବନରେ ଚଢ଼ଉ ହେବା ସହ ବୌଦ୍ଧ ବୁଟପାଲିରେ ରହିଛି ଆଉ ଏକ ବାସଭବନ । ଗଞ୍ଜାମର ଗାଙ୍ଗପୁରରେ ଦୁଇ ସମ୍ପର୍କୀୟଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।