ଭୁବନେଶ୍ୱର,ରାଜ୍ୟରେ କରୋନା ସଂକ୍ରମିତ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ କରୋନା କାରଣରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୮୧୮ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ରାଜ୍ୟରେ ଆଉ ୨୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମିତ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ କରୋନା କାରଣରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୮୧୮ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ଜଣ ମୃତକ ଅଛନ୍ତି । ଅପରପକ୍ଷରେ ଖୋର୍ଦ୍ଧା, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାର ଦୁଇ ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଣେ ବାଲେଶ୍ୱର କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି ।