ନୂଆପଡ଼ା , ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରଭାଡ଼ି ଗ୍ରାମର ବିମଲେଙ୍କ ସ୍ୱାମୀଙ୍କ ମୃତ୍ୟୁ ହେବାର ଆଜକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ବିଧବା ଭତା ପାଇବାରୁ ସେ ବଂଚିତ ରହିଛନ୍ତି । ପଂଚାୟତରେ ବାରମ୍ବାର କାଗଜପତ୍ର ଦେବା ପରେ କିଏ ମଧ୍ୟ ଶୁଣୁନାହାନ୍ତି । ବ୍ଲକ କାର୍ଯ୍ୟାଳୟ ଯାଇକି ଆଉ ଥରେ ଦେଇଥିଲେ । କିନ୍ତୁ ତାହା ବି ଫଳ ଶୂନ । ଜଣେ ବିଧବା ମହିଳା କେତେ ଥର ଅଫିସର ଚକର କାଟିବ । ଘରେ ରହିଥିଲା ଏକମାତ୍ର ପୁଅ ତିନି ବର୍ଷ ତଳେ ସେ ଘର ଚଳାଇବା ପାଇଁ ବିଦେଶକୁ ମଜୁରୀ କରିବା ପାଇଁ ଯାଇଥିଲେ । ଦୁର୍ଭାଗ୍ୟର କଥା ବିଦେଶରୁ ନିଜ ଗାଁକୁ ଆସୁଥିବା ସମୟରେ ଟ୍ରେନ ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇ ବସିଲେ । ତାଙ୍କ ବାପା ଥିବା ସମୟରେ ଏଣେ ତେଣେ କୁଳି ମଜୁରୀ କରି ସ୍ୱାମୀ ସ୍ତ୍ରୀ ଓ ପୁଅ ଝିଅକୁ ନେଇକି ଖୁସିରେ ନିଜ ପରିବାରକୁ ପ୍ରତିପୋଷଣ କରି ଆସୁଥିଲେ । ସେ ଚାଲିଯିବା ପରେ ଭିନ୍ନକ୍ଷମ ପୁଅ ଓ ବଢ଼ିଲା ଝିଅର ବୋଝ ବିଧବା ମାଙ୍କ ଉପରେ । ମୁଣ୍ଡ ଗୁଞ୍ଜିବା ପାଇଁ ନା ଅଛି ପକ୍କା ଘର ନା ମିଳୁଛି କିଛି ସରକାରୀ ଆର୍ôଥକ ସହାୟତା । ଆବାସ ଯୋଜନାରେରେ ସାମିଲ ପାଇଁ ଅନୁରୋଧ । ପ୍ରଶାସନ ଏହି ନିରୀହ ପରିବାରକୁ ଦୃଷ୍ଟି ଦେଇ ସାହାଯ୍ୟର ହାତ ବଢ଼ାଇବା ଜରୁରୀ ହୋଇ ପଡିଛି ।