
ରାଉରକେଲା ,ରାଉରକେଲା ଏଡିଏମ ଅଫିସରେ ଆସିଷ୍ଟାଂଟ କଲେକ୍ଟର ଭାବେ କାମ କରୁଥିବା ମନୋରଂଜନ ନାୟକଙ୍କ ଘର ଓ ଅଫିସ ମିଶାଇ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ସକାଳୁ ଆରମ୍ଭ ହୋଇଥିବା ଏହି ଚଢଉରେ ଘର,ସୁନାଗହଣା ,ସ୍ଥାୟୀ ଜମା ଆଦିକୁ ଆକଳନ କରାଗଲେ କୋଟିଏରୁ ଅଧିକ ସଂପତି ହେବ ବୋଲି ଭିଜିଲାନ୍ସ କହିଛି । ଆଜି ସକାଳୁ ରାଉରକେଲା ଼ଛେଣ୍ଡରେ ମନୋରଂଜନଙ୍କର ୨ମହଲା ଓ ୩ମହଲାଦୁଇଟି ଘରକୁ ଖାନ ତଲାସି କରୁଥିବା ବେଳେ ଭୁବନେଶ୍ୱର ଫ୍ଲାଟ,ଯାଜପୁର ଘରେ ତଲାସି ଚାଲିଛି । ସୁନା ଗହଣାକୁ ଓଜନ କରାଯାଇ ତାର ମୂଲ୍ୟ ଆକଳନ ଚାଲିଥିବା ବେଳେ ବ୍ୟାଙ୍କ ସ୍ଥାୟୀ ଜମାର ହିସାବ ଚାଲିଛି । ଗାଡି ସହ ଅନ୍ୟାନ୍ୟ ସାମଗ୍ରୀର ହିସାବ ଭିଜିଲାନ୍ସ କରୁଥିବା ପ୍ରକାଶ । ମନୋରଂଜନ ବାବୁ ତାଙ୍କ ଚାକିରୀ ଜୀବନ ଜଣେ ଷ୍ଟାଷ୍ଟିକାଲ ଆସିଷ୍ଟାଂଟ ଭାବେ ଆରମ୍ଭ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିଲେ ,ପରେ ପରୀକ୍ଷା ଦେଇ ସହକାରୀ ତହସିଲଦାର ଭାବେ କାମ କରି ୨/୩ ମାସ ତଳେ ରାଉରକେଲା ଏଡିଏମ ଅଫିସକୁ ବଦଳି ହୋଇଥିଲେ । ମିଳିଥିବା ସଂପତିରୁ ଅନେକ ତାଙ୍କ ସାନଭାଇ ନାମରେ ରହିଥିବାରୁ ଭିଜିଲାନ୍ସ ଏହି ମାମଲାରେ ତାଙ୍କ ଭାଇକୁ ଛନ୍ଦିଥିବା ଖବର ମିଳିଛି ।