
କେନ୍ଦ୍ରାପଡା, କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତରେ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଆଶାୟୀ ପ୍ରାର୍ଥୀ ଉର୍ମିଳା ପରିଡା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହି ପଂଚାୟତରେ ଥିବା ୨୨ଟି ୱାର୍ଡରେ ପ୍ରଚାରକୁ ତୀବ୍ର କରି ପ୍ରତିୁ ଭୋଟରଙ୍କ ପାଖରେ ପହଁଚିବାକୁ ଉଦ୍ୟମ ଚଳାଇଥିବା ବେଳେ ପଂଚାୟତର ବହୁ ଯୁବକ ଓ ମହିଳା ତାଙ୍କୁ ସମର୍ଥନ ଜଣାଇ ଅଭିଯାନରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ନିକଟରେ ଉର୍ମିଳା ଏକ ମଟର ସାଇକେଲ ର୍ୟାଲି ବାଜହାର କରି ବିଭିନ୍ନ ୱାର୍ଡ ବୁଲିବା ସହ ଶତାଧିକ ଯୁବକ ଏହି ଶୋଭାଯାତ୍ରରେ ଯାଇ ଭୋଟରଙ୍କ ଉପରେ ପ୍ରଭାବ ବିସ୍ତାର କରିଥିବା ଜଣାପଡିଛି । ଖୋଲାବହି ଚିହ୍ନ ତାଙ୍କୁ ମିଳିଥିବାରୁ ସମର୍ଥକ ମାନେ ହାତରେ ଖୋଲାବହି ଧରି ଭୋଟର ମାନଙ୍କୁ ଭୋଟ ଦେବାକୁ ବୁଝାଉଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟ ପ୍ରାର୍ଥୀ ମାନଙ୍କ ଠାରୁ ସୁବିଧାଜନକ ସ୍ଥାନରେ ଥିବା ଉର୍ମିଳା ଆଗାମୀ ଭୋଟ ଗ୍ରହଣ ଦିନ ଭୋଟରଙ୍କୁ କେତେ ପଡରିମାଣରେ ଆକୃଷ୍ଟ କରୁଛନ୍ତି ତାହା ଦେଖିବାକୁ ମିଳିବ ।