କେନ୍ଦ୍ରାପଡା, କେନ୍ଦ୍୍ରାପଡା ପୈାରାଂଚଳରେ କେତେକ ପୁରୁଖା କଂଗ୍ରେସ ନେତା ଦଳତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇ ପ୍ରେସ ବିବୃତି ମାଧ୍ୟମରେ ମତାମତ ରଖାଯାଇଛି । ଏହି ଦଳତ୍ୟାଗୀ ମାନେ ଭବିଷ୍ୟତରେ ନିଶ୍ଚିନ୍ତ ଭାବେ ଅନୁତାପ କରିବେ ବୋଲି ମନ୍ତବ୍ୟ ଦିଆଯାଇଛି । ଦଳତ୍ୟାଗ କରିଥିବା ଏହି ପୁରୁଖା ବ୍ୟକ୍ତିତ୍ୱ ମାନେ କଂଗ୍ରେସ ରେ ରହି ନିଜ ଯୋଗ୍ୟତା ଠାରୁ ଅଧିକ ସୁବିଧା ଓ ସ୍ୱାର୍ଥ ହାସଲ କରିବା ସହ ପରିଚୟ ଲାଭ କରିଥିଲେ । ଦଳ ସେମାନଙ୍କୁ ବହୁ ଭାବରେ ସୁବିଧା ଓ ସୁଯୋଗ ଦେଇଥିଲେ ମଧ୍ୟ ବର୍ତମାନ ମୋହଗସ୍ତ ହୋଇ ସେମାନେ କଂଗ୍ରେସ ପରିତ୍ୟାଗ କରିଥିବାରୁ ପରବର୍ତୀ ସମୟରେ ଏମାନେ ଅନୁତାପ କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଉପ ସଭାପତି ଗଣେଶ୍ୱର ବେହେରା ପ୍ରତିକ୍ରିୟା ରଖିଛନ୍ତି ।