
କେନ୍ଦ୍ରାପଡା, କେନ୍ଦ୍ରାପଡା ଇଛାପୁର ନିକଟସ୍ଥ ଶ୍ୟାମଗୁଡିଆ ଠାରେ ସ୍ୱତନ୍ତ୍ର ମାତୃ-ଶିଶୁ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ସରିନଥିଲେ ମଧ୍ୟ ଏହାକୁ ଯଥାଶିଘ୍ର ସାରି କାର୍ଯ୍ୟକ୍ଷମ କରାଇବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏହି ଚିକିତ୍ସାଳୟର କୋଠାବାଡିର ସୁରକ୍ଷା କୁ ଦୃଷ୍ଟିରେ ରଖି ୩୧ଜଣ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆ ଯାଇଥିବା ଜଣାପଡିଛି । ଏହି ୩୧ ଜଣଙ୍କ ମଧ୍ୟରୁ ୨୬ଜଣ ପୁରୁଷ କର୍ମୀ ନିଯୁକ୍ତି ପାଇଥିବା ବେଳେ ୫ ଜଣ ମହିଳା ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏହି ୩୧ ଜଣ ସୁରକ୍ଷା କର୍ମୀ ବର୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି ।