କେନ୍ଦ୍ରାପଡା, ବିଦ୍ୟାଳୟ ପରିସର ଗୁଡିକୁ ତମାଖୁ ମୁକ୍ତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ଜାତୀୟ ତମାଖୁ ନିୟନ୍ତ୍ରଣ ପୋଗ୍ରାମ ଦ୍ୱାରା ଆୟୋଜିତ ଏହି ଦିନିକିଆ ତାଲିମ ଶିବିର ରେ ଜିଲ୍ଲାର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନିତା ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଡାକ୍ତର ମିର୍ଜା ବାବର ବେଗ, ଡାକ୍ତର ନିରାକାର ପରିଡା, ମହାମାରୀ ବିଶେଷଜ୍ଞ ସୁଶାନ୍ତ ପଟ୍ଟନାୟକ, ଶିବଶଙ୍କର ସିଂହ, ଶ୍ୟାମସୁନ୍ଦର ବିଶ୍ୱାଳ, ଶାନ୍ତିଲତା ଚାନ୍ଦ ଓ ମିନତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ପ୍ରଧାନ ଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । କୋମଳମତୀ ଛାତ୍ରଛାତ୍ରୀ ମାନେ ଗୁଟୁଖା, ପାନ ମସଲା ଓ ଅନ୍ୟ ଟବାକୋ ପ୍ରତି ଆକର୍ଷିତ ହୋଇ ନିଜ ନିଜ ଭବିଷ୍ୟତକୁ ବିପଦ ପୂର୍ଣ୍ଣ ଦିଗରେ ପରିଚାଳନା କରୁଥିବାରୁ ଏଥିରୁ ସେମାନଙ୍କୁ ନିବୃତ କରେଇବା ପାଇଁ ଆବଶ୍ୟକୀୟ କୈାଶଳ ଓ ସଚେତନତା ଉପରେ ବ୍ୟାପକ ଆଲୋଚନା କରାଯାଇ ଥିଲା ।