କେନ୍ଦ୍ରାପଡା, ସର୍ବ ପୁରାତନ କେନ୍ଦ୍ରାପଡା ମୁନିସିପାଲିଟି ର ପୈାରସଭା ଗଠନ ନିମନ୍ତେ ହେବାକୁ ଥିବା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଶାସନ ସ୍ତରରେ ପ୍ରସ୍ତୁତି ଜୋରଦାର ଆରମ୍ଭ କରାଯାଇଛି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ପୈାର ନିର୍ବାଚନ ହେବ ବୋଲି ସୂଚନା ମିଳୁଥିବା ବେଳେ ଏହାକୁ ନେଇ ପୈାରାଂଚଳରେ ଥିବା ଭୋଟ ଗ୍ରହଣ କେନ୍ଦ୍ରଓ ସେଠାରେ ଆନୁସଙ୍ଗିକ ସୁବିଧା ସୁଯୋଗ, ପାନୀୟ ଜଳ, ଆଲୋକୀକରଣ, ଭିନ୍ନକ୍ଷମଙ୍କ ପାଇଁ ର୍ୟାମ୍ପ ପ୍ରଭୃତି ସୁବିଧା ସୁଯୋଗ ଗୁଡିକର ତଦାରଖ କାର୍ଯ୍ୟ କରାଯାଇଛି । କେନ୍ଦ୍ରାପଡା ପୈାରାଂଚଳରେ ମୋଟ୍ ୨୧ଟି ୱାର୍ଡ ଓ ୩୬ ହଜାର ୫୪୮ ଭୋଟର ଥିବା ଜଣାପଡିଛି । ୪୧ଟି ବୁଥରେ ନିର୍ବାଚନ ପରିଚାଳନା କରାଯିବ ବୋଲି ସ୍ଥିର କରାଯାଇ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା ଏହି ବୁଥ ଗୁଡିକୁ ମଙ୍ଗଳବାର ପରିଦର୍ଶନ କରିଥିଲେ । ଭୋଟ ଗ୍ରହଣ ପାଇଁ ଏହି କେନ୍ଦ୍ର ଗୁଡିକ କେତେଦୂର ଉପଯୁକ୍ତ ଅଛି ଏହାର ଅବସ୍ଥା ନିରୀକ୍ଷଣ କରି ଆବଶ୍ୟକ ପଡିଲେ ଅନ୍ୟାନ୍ୟ ସୁବିଧା ସୁଯୋଗ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ଉପ ଜିଲ୍ଲାପାଳଙ୍କ ସମେତ ପୈାରସଂସ୍ଥା ଏମଇ ଦିଲିପ କୁମାର ସେଠୀ, ବରିଷ୍ଠ କିରାଣୀ ଭୁବନ ମୋହନ କାନୁନଗୋଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଗସ୍ତ ବେଳେ ସାମିଲ ଥିଲେ ।