କେନ୍ଦ୍ରାପଡା, ଉତ୍କଳ ଭାରତୀ ଡ଼ଃ କୁନ୍ତଳା କୁମାରୀ ସାବତଙ୍କ ୧୨୩ ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । କେନ୍ଦ୍ରାପଡା ପୈାରାଂଚଳର କଜଳା ଅର୍ବାନ ବ୍ୟାଙ୍କ ନିକଟରେ ଥିବା ନାରୀ କବି ସାବତଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଥିଲା । ଶିକ୍ଷକ ନେତା ତଥା ଆଶୁକବି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡାର ଏହି ଅମର ପ୍ରତିଭା ନିଜର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା କରି ଜନମାନସ କୁ ପ୍ରଭାବିତ କରିପାରି ଥିଲେ । ସେବା ଓ ସାହିତ୍ୟ କବୟିତ୍ରୀ ଡ଼ଃ କୁନ୍ତଳା କୁମାରୀଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ଭାବେ ତାଙ୍କ ରଚିତ କବିତା କୃତିରୁ ସ୍ୱତନ୍ତ୍ର ଭାବେ ବାରି ହୋଇ ପଡେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରାଙ୍କ ଦ୍ୱାରା ବେଲାରପୁର ଭଗବତୀ ବିଦ୍ୟାଳର ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ବରାଳଙ୍କୁ ଡ଼ଃ କୁନ୍ତଳା କୁମାରୀ ସାବତଙ୍କ ସମ୍ମାନରେ ସମ୍ମାନିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ସଂପାଦକ ସେକ ଅଜିମୁଦ୍ଦିନ, କବି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ସର୍ବେଶ୍ୱର ସେଣ, ଆଇନଜୀବି ଗୋବର୍ନ୍ଧନ ରାଉତ, କୁଞ୍ଜ ବିହାରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।