ଧର୍ମଶାଳା, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟ ପାଖେଇ ଆସୁଛି । ସେହି ପରି ପ୍ରଚାର କାର୍ଯ୍ୟ ଜୋରଦାର ଚାଲିଛି । ୧୬ ତାରିଖରେ ପ୍ରଥମ ପ୍ରର୍ଯ୍ୟାୟରେ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଯାହାକୁ ନେଇ ଶାସକ ବିଜୁ ଜନତା ଦଳ ତାର ପ୍ରଚାର ଜୋରଦାର କରିଛି । ଏହାର ମଙ୍ଗ ଧରିଛନ୍ତି ଖୋଦ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳନ୍ତରାୟ । ଆଜି ଏହି ନିର୍ବାଚନ ମଣ୍ଡଳୀ ୧୫ ନଂ ଜୋନ ପାଇଁ ମାରାଥନ ପ୍ରଚାର କରିଛନ୍ତି । ଜୋନର ଉତରପ୍ରତାପ,ଦେଓଦା,ମଙ୍ଗଳପୁର,ଅରାବଳ,କଦମପାଳ , ଅରେଇକଣା ,ପଟୁଣିଆ ଓ କୋତପୁର ଆଦି ପ୍ରତି ପଂଚାୟତର କର୍ମୀ ବୈଠକରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକାର୍ଯ୍ୟକୁ ଲୋକମାନଙ୍କୁ ବୁଝାଇବା ସହ ଚଳିତ ନିର୍ବାଚନରେ ଏହି ଜୋନର ଜିଲା ପରିଷଦ ପ୍ରାର୍ଥୀ ଭାଗ୍ୟଧର ସେଠୀଙ୍କୁ ବିପୁଳ ପରିମାଣ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।