-
ପୋଲିସ୍ – ବିକ୍ଷୋଭକାରୀ ଧସ୍ତାଧସ୍ତି
ଭୁବନେଶ୍ୱର, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମମିତାଙ୍କୁ ନ୍ୟାୟ ଦେବା ଦାବିରେ ମଙ୍ଗଳବାର ଦିନ ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ବିଜେପି ନେତୃବୃନ୍ଦ ରାଜମହଲରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନବୀନ ନିବାସ ମୁହାଁ ହୋଇଥିବା ବେଳେ ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଫଳରେ କିଛି ସମୟ ପାଇଁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ ଅନେକ ବିଜେପି କର୍ମୀଙ୍କୁ ଗିରଫ ମଧ୍ୟ କରିଛି ।
ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରୁ ନ ଥିବା ବେଳେ ପାଟି ଫିଟାଇଲେ ଆମକୁ ଦୁର୍ବ୍ୟବହାର କରୁଛି । ଏପରିକି ମମିତାକୁ ନ୍ୟାୟ ପ୍ରଦାନ ପାଇଁ ଲଢ଼େଇ କରୁଥିବା ବିଜେପି କର୍ମୀଙ୍କୁ ପୋଲିସ୍ ଅପରାଧୀ ପରି ବ୍ୟବହାର କରୁଛି । ପୋଲିସ୍ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସେ ଅଭିଯୋଗ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡକୁ ପ୍ରାୟ ୬ ମାସ ବିତିବାକୁ ବସିଥିବା ବେଳେ ଚାର୍ଜସିଟ୍ ଦାଖଲକୁ ୧୨୦ ଦିନ ବିତିଲାଣି । ପୋଲିସ୍ କେବଳ ଗୋବିନ୍ଦ ସାହୁକୁ ଗିରଫ କରି ଚୁପ୍ ବସିଛି ।