ଭଦ୍ରକ – ଆଜି ଇଚ୍ଛାପୁର ଠାରେ ବସ୍ ଆଗରେ ଶୋଇ ଭାଇ-ଭଉଣୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା ।
ପ୍ରାପ୍ତ ଖବରରୁ ଯାହା ଜଣାଯାଏ, ଚାନ୍ଦବାଲିରୁ ନାୟକ ନାମକ ଏକ ଘରୋଇ ବସ୍ ଯୋଗେ ଭାଇ-ଭଉଣୀ ଭଦ୍ରକ ଇଚ୍ଛାପୁରକୁ ଆସୁଥିଲେ । ବସ୍ କୁ ଉଠିବା ପୂର୍ବରୁ ଭଉଣୀର ଦେହ ଅସୁସ୍ଥ ଅଛି କହି ସିଟ୍ ଦେବାପାଇଁ ଭାଇ କହିଥିଲା । କଣ୍ଡକ୍ଟର ସିଟ୍ ଅଛି କହି ବସ୍ ରେ ଉଠାଇଥିଲା । ହେଲେ ଶେଷ ପର୍ଯ୍ୟନ୍ତ ସିଟ୍ ଦେଇନଥିଲେ । ସେହି ସମୟ ମଧ୍ୟରେ ଠିଆ ହୋଇ ଆସିଥିବା ଅସୁସ୍ଥ ଭଉଣୀଟି ଦୁଇଥର ଖସିପଡିଥିଲା । ଫଳରେ ଇଚ୍ଛାପୁରରେ ଓହ୍ଲାଇ ଉଭୟ ଭାଇ-ଭଉଣୀ ବସ୍ ଆଗରେ ଶୋଇ ଅଭିନବ ପ୍ରତିବାଦ କରିଥିଲେ । ଫଳରେ ବସ୍ ରେ ଥିବା ଯାତ୍ରୀମାନେ ହନ୍ତସନ୍ତ ହେବା ସହ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ପରେ ଘଟଣାସ୍ଥଳରେ ପୁଲିସ୍ ପହଂଚିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।