ଭୁବନେଶ୍ୱର, ଆଜି ଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି । ଏହା ସହିତ ରାଜ୍ୟରେ ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ସେହିପରି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସୋମବାପ ଠାରୁ ଖୋଲିଛି ।
ଦୀର୍ଘ ଦିନ ପରେ ସ୍କୁଲ ଓ କଲେଜ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।
ଉଲ୍ଲେଖନୀୟ ଯେ ଗତକାଲି ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଥିଲା । କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଥିଲା ।
ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ସ୍କୁଲ ଆଗାମୀ ୧୪ ଫେବୃଆରୀରୁ ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି ।