
ଭୁବନେଶ୍ୱର, ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ ପ୍ରଭାରୀଙ୍କ ନାମ ଘୋଷଣା ହୋଇଛି ।
ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଭାରୀ: ପୃଥ୍ୱୀରାଜ ହରିଚନ୍ଦନ (ରାଜ୍ୟ ସାଧାରଣ ସଂପାଦକ); ଯୁବ ମୋର୍ଚ୍ଚା ପ୍ରଭାରୀ: ଗୋଲକ ପ୍ରସାଦ ମହାପାତ୍ର (ରାଜ୍ୟ ସାଧାରଣ ସଂପାଦକ), ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ:ରବି ନାରାୟଣ ନାଏକ (ରାଜ୍ୟ ସାଧାରଣ ସଂପାଦକ), ଓବିସି ମୋର୍ଚ୍ଚା ପ୍ରଭାରୀ: ଡ.ଲେଖାଶ୍ରୀ ସାମନ୍ତସିଂହାର (ରାଜ୍ୟ ସାଧାରଣ ସଂପାଦକ); ଅନୁସୂଚିତ ଜନଜାତି (ଏସଟି) ମୋର୍ଚ୍ଚା ପ୍ରଭାରୀ:ସୁକେଶୀ ଓରାମ (ରାଜ୍ୟ ଉପସଭାନେତ୍ରୀ), ମହିଳା ମୋର୍ଚ୍ଚା ପ୍ରଭାରୀ: ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ (ରାଜ୍ୟ ଉପସଭାନେତ୍ରୀ), କୃଷକ ମୋର୍ଚ୍ଚା ପ୍ରଭାରୀ: କାଳନ୍ଦୀ ସାମଲ (ରାଜ୍ୟ ସଂପାଦକ)ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ କରାଯାଇଛି ।