
ଗଂଜାମ , ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ ଆଦି ରୋଗର ପରୀକ୍ଷା କରି ଚିକିତ୍ସା, ପରକ୍ଷମର୍ଶ ଓ ଔଷଧ ବିତରଣ କରିଥିଲେ । ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ । ଶିବିରର ପ୍ରାୟୋଜକ ଥିଲେ ଜୟନ୍ତୀ ଲାଲ ନରସି ଚୌହାନ ଓ ମନ୍ଦିର କମିଟିର ସଭ୍ୟସଭ୍ୟା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।