
ବଲାଙ୍ଗିର ,ଧରିତ୍ରୀ ର ମୋହନ ଗିରି ସାମ୍ବାଦିକ ମାଓବାଦୀ ଙ୍କର ବିଛାଯାଇଥିବା ଲାଣ୍ଡମାଇନ ବିସ୍ପୋରଣ ରେ ନିଜର ଦାୟିତ୍ୱ ନିର୍ବାହ ବେଳେ ଗତ ଶନିବାର ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ସାମ୍ବାଦିକ ମାନେ ଦାବି କରିଛନ୍ତି । ଆଜି ଜିଲ୍ଲା ସାମ୍ବାଦିକ ସଂଘ ବଲାଙ୍ଗିର ପକ୍ଷରୁ ଆୟୋଜିତ ଶୋକସଭାରେ ତାଙ୍କ ପରିବାର ପାଇଁ ସମବେଦନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ପୁଲିସ ବିଭାଗର ଦାୟିତ୍ୱ ରହିଛି । ନିଜର କର୍ତବ୍ୟ ସମ୍ପାଦନ ବେଳେ ମୃତ୍ୟୁ ଦେଲେ ସେଥିରେ ସରକାର ଙ୍କ ଉତର ଦାୟିତ୍ୱ ରହିଛି । ଯୁବ ସାମ୍ବାଦିକ ସ୍ୱର୍ଗତ ବିଶ୍ୱାଳଙ୍କ ବିଧବା ପତ୍ନୀ ବ୍ୟତୀତ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପିଲା ମାନଙ୍କ ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷା ବ୍ୟବସ୍ତା ଓ ବିଧବା ପତ୍ନୀ ପାଇଁ ସରକାର ତାଙ୍କ ଯୋଗ୍ୟତା ଅନୁସାରେ ସରକାରୀ ନିଯୁକ୍ତି ବ୍ୟବସ୍ଥା କରନ୍ତୁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି । ସଂଘ ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ସଭାପତିତ୍ୱରେ ଅନୁଷ୍ଠିତ ଶୋକ ସଭାରେ ସାଧାରଣ ସମ୍ପାଦକ ବଲରାମ ମିଶ୍ର ସୂଚନା ପରେ ନୀରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ନବୀନ ପଶାୟତ, ବିରେନ୍ଦ୍ର କୁମାର ଝାଙ୍କର, ପାର୍ଥ ମହାପାତ୍ର, ମୁନା ଗଉଡ, ବିଭୁ କଲ୍ଯାଣ ଗଡତିଆ, ଗୁପ୍ତେସ୍ୱର ପୃଷ୍ଟି, ସୁନୀଲ କୁମାର ମାହାନ୍ତି, ମୁକେଶ ବହିଦାର, ଦିଲିପ କୁମାର ନାୟକ, ଆବାସ କୁମାର ନାୟକ, ରଶ୍ମି ରଞ୍ଜନ ଖମାରି, ଗୋପଲ ପଧାନ,ଅଭିଳାଷ ହୋତା, ସୁଶାନ୍ତ ବାରିକ, ସନ୍ଦୀପ କୁମାର କୁଅର ପ୍ରମୁଖ ଶ୍ରୁତି ଚାରଣ କରିଥିଲେ ।