ମୁମ୍ବାଇ, ସ୍ୱର କୋକିଲା ଭାରତ ରତ୍ନା ଲତା ମଙ୍ଗେଶକର (୯୨) ଙ୍କ ରବିବାର ସକାଳେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି । ଆଜି ତାଙ୍କ ମୃତଦେହକୁ ପେଡର ରୋଡରେ ଥିବା ପ୍ରଭୁ କୁଞ୍ଜଙ୍କ ବାସଭବନକୁ ନିଆଯିବ । ଶିବାଜୀ ପାର୍କ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଡକ୍ଟର ପ୍ରତୀପ ସମଦାନୀ କହିଛନ୍ତି ଯେ ମଲ୍ଟି ଅର୍ଗାନ ଫେଲ୍ୟୋର କାରଣରୁ ରବିବାର ଦିନ ସକାଳ ୮.୧୨ ରେ ଲତା ଦିଦିଙ୍କର ମୃତ୍ୟୁ ହୋଇଛି । ଡାକ୍ତରୀ ଦଳ କଠିନ ପରିଶ୍ରମ କରିଥିଲେ ମଧ୍ୟ ତାଙ୍କର ଜୀବନ ରକ୍ଷା କରାଯାଇ ପାରି ନ ଥିଲା ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ କରୋନା ସଂକ୍ରମିତ ହେବା ପରେ ଲତା ମଙ୍ଗେଶକରଙ୍କୁ ଜାନୁଆରୀ ୮ ରେ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ନିମୋନିଆ ଚିହ୍ନଟ ହୋଇଥିଲା । ତେଣୁ ଡାକ୍ତର ପ୍ରତୀତ ସମଦାନୀଙ୍କ ନେତୃତ୍ୱରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ୨୨ ଜାନୁଆରୀରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା ଏବଂ ଭେଣ୍ଟିଲେଟର ହଟାଯାଇଥିଲା, କିନ୍ତୁ ଶନିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ।