ଭୁବନେଶ୍ୱର, ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ଯେତେ ଧନରାଶିର ଆବଶ୍ୟକତା ରହୁଥିଲା ସେତେ ପରିମାଣର ଧନରାଶି ରାଜ୍ୟକୁ ମିଳି ପାରୁ ନ ଥିଲା । କିନ୍ତୁ ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ଯେତେ ପରିମାଣର ଅର୍ଥ ଦରକାର ତା ଠାରୁ ଅଧିକ ଧନରାଶି ମିଳି ପାରୁଛି । ଚଳିତ ବଜେଟରେ ରେଳବାଇ କ୍ଷେତ୍ରରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ବ୍ୟୟବରାଦ କରାଯାଇଛି । କୌଣସି ଆରୋପ – ପ୍ରତ୍ୟାରୋପରେ ନ ପଡି କିଭଳି ଏହି ଧନରାଶିର ବ୍ୟବହାର କରାଯିବ ସେ ନେଇ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କେନ୍ଦ୍ର ରେଳ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ଠାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଶାସନକାଳରେ ଓଡିଶାକୁ ବାର୍ଷିକ ହାରାହାରି ୮ ଶହ କୋଟି ଟଙ୍କା ରେଳବାଇ କ୍ଷେତ୍ରକୁ ମିଳୁଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଶାସନ କ୍ଷମତାକୁ ଆସିବା ପରେ ସର୍ବ ପ୍ରଥମେ ଏହି ଧନରାଶିକୁ ଚାରି ଗୁଣ ବୃଦ୍ଧି କରି ୨୦୧୪ରୁ ୨୦୧୯ ଯାଏ ହାରହାରି ବାର୍ଷିକ ୪୧୨୬ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଏହା ପରେ ୨୦୧୯ରୁ ମଧ୍ୟ ସେ ଏହି ରାଶିକୁ ବଢାଇ ଚାଲିଛନ୍ତି । ଚଳିତ ବର୍ଷ ବଜେଟରେ ରେକର୍ଡ ୯୭୩୪ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ କରିଛନ୍ତି । ଏହି ରାଶିର କିପରି ୟୁଟାଇଲାଜେସନ ନିର୍ଧାରିତ ସମୟ ମଧ୍ୟରେ ହୋଇ ପାରିବ ସେ ନେଇ ଆମ ସମସ୍ତଙ୍କୁ ମିଶି ପ୍ରୟାସ କରିବାକୁ ପଡିବ ବୋଲି ସେ କହିଛନ୍ତି । ଯଦି ଶୀଘ୍ର ଭୂମି ଅଧିଗ୍ରହଣ ଓ ଜଙ୍ଗଲ କ୍ଲିୟାରାନ୍ସ ମିଳେ ତେବେ ଏହି ଫଣ୍ଡର ବ୍ୟବହାର ସମୟରେ ହେଲେ ଏହା ଠାରୁ ଅଧିକ ଧନରାଶି ଆମକୁ ମିଳିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡିଶାରେ ୧୨ଟି ରେଳ ଷ୍ଟେସନକୁ ଅପଗ୍ରେଡ କରାଯିବ ବୋଲି ସେ କହିଛନ୍ତି ।
,ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗତ ଡିସେମ୍ବର ମାସରେ ୩୯୯୩ ସାଇଟରେ ମୋବାଇଲ ଟାୱାର ସାପନା କରାଯିବା ପାଇଁ ଅର୍ଥ ରାଶିକୁ ମଂଜୁରୀ ଦେଇଛନ୍ତି । ଏହା ବାଦ ବି କୌଣସି ଗାଁ ଯଦି ଏହା ବାହାରେ ରହି ଯିବ ତାହାକୁ ମଧ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହା ହେଉଛି ପୂର୍ବୋଦୟ ବୋଲି ସେ କହିଛନ୍ତି । ସମସ୍ତଙ୍କୁ ମିଶି ଏହି କାମ କରିବାକୁ ପ଼଼ଡିବ ବୋଲି ସେ କହିଛନ୍ତି ।