ମାଲକାନଗିରି , ଆଦିବାସୀ ଅଧ୍ୟସିତ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଗତ ତ୍ରିସ୍ତରୀୟ ନିର୍ବାଚନ ମାଓ ଭୟରେ ହୋଇ ନ ଥିଲା । ଚଳିତ ନିର୍ବାଚନରେ ସୁରକ୍ଷା ଦିଅ , ଭୋଟ ଦେବୁ କହି ବୋଲି ଦାବି କରିଛନ୍ତି ମାଲକାନଗିରି ଜିଲା ସ୍ଵାଭିମାନ ଅଞ୍ଚଳର ଜନ୍ତ୍ରୀ ପଞ୍ଚାୟତ ବାସିନ୍ଦା । ବିଏସ୍ଏଫ ଶିବିର ସ୍ଥାପନ କରି ଭୋଟ ଦେବାର ବ୍ୟବସ୍ଥା କରାଇବାକୁ ଦାବି କରାଯାଇଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ମଧ୍ୟ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତକୁ ଅଦ୍ୟାବଧୂ ରାସ୍ତା ଘାଟ ହୋଇନାହିଁ । ସରକାରୀ ବାବୁଙ୍କ ସେଠାରେ ପାଦ ପଡୁ ନାହିଁ । ସେହି ଅପହଞ୍ଚ ଇଲାକାରେ ନିର୍ବାଚନୀକୁ ନେଇ ସଜାଗ ହୋଇଛନ୍ତି ଲୋକେ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଉକ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପଦବୀ ପାଇଁ ଦୁଇଜ ଣ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ଅନ୍ୟ ସମସ୍ତ ପଦବୀଗୁଡିକ ନିଦ୍ଦରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବ । ଲାଗି ଇଚ୍ଛା ପ୍ରକାଶ କରିଛନ୍ତି ଯନ୍ତ୍ରୀ ପଞ୍ଚାୟାତବାସୀ । ଯନ୍ତ୍ରୀରେ ବିଏସଏଫ ଶିବିର କରି ସୁରକ୍ଷିତ ଭାବେ ମତଦାନ କରାଯାଇବା ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ନିଜକୁ ସାମିଲ କରାଇ ନିଜ ଅଞ୍ଚଳର ପ୍ରତିନିଧ୍ ବାଛିବୁ ବୋଲି ଭୋଟର ପ୍ରକାଶ କରିଛନ୍ତି ।