
ଭୁବନେଶ୍ୱର ,ରାଜ୍ୟରେ ଦୃତ ଗତିରେ ସଂକ୍ରମଣ କମୁଥିବା ନେଇସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି ଯେ ରାଜ୍ୟରେ ଦୈନିକ ଟେଷ୍ଟି ୬୦ ରୁ ୬୨ ହଜାର ରହୁଛି । କିନ୍ତୁଏତେ ଶୀଘ୍ର ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉନଥିଲା । କିନ୍ତୁ ବର୍ତମାନ ଦ୍ରୁତ ଗତିରେ ସଂକ୍ରମଣହ୍ରାସ ପାଉଛି । ଯେଉଁଭଳି ଭାବେ ସଂକ୍ରମଣ କମୁଛି । ତାହା ଖୁବ୍ ଶୀଘ୍ର ଗ୍ରହଣୀୟ ଅବସ୍ଥାକୁ ଫେରିବ । ସେ କହିଛନ୍ତି ଯେ ତେବେ ସଂକ୍ରମଣ ସମ୍ପୂର୍ଣ୍ଣ କମିଲା ବୋଲି କହି ପାରିବନାହିଁ ।କୌଣସି ମହାମାରୀ ଶେଷ ହୁଏନି । ପ୍ୟାଣ୍ଡେମିକ ଧୀରେ ଧୀରେ ଏଣ୍ଡେମିକ ହୁଏ । ବର୍ତମାନ ଆମେ ଭଲ ସ୍ଥିତିରେଅଛୁ । ଭଲ ସ୍ଥିତିକୁ ବି ଫେରୁଛୁ ବୋଲି ସେ କହିଛନ୍ତି । ରାଜ୍ୟରେ କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ ପିକସମୟରେ ଅଧିକ ହସ୍ପିଟାଲାଇଜେସନ ହୋଇଛି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ବି ବଢୁଛି । ଭେଂଟିଲେଟରରେଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ସମ୍ଭାବନା ରହୁଛି ।ସେହିପରି ଆଇସିୟୁ ରେ ଥିବା ରୋଗୀଙ୍କ ମଧ୍ୟରୁ ୨୦-୩୦ ପ୍ରତିଶତ ରୋଗୀଙ୍କଅବସ୍ଥା ଖରାପ ଅବସ୍ଥାକୁ ଯାଇଥାଏ । ଏହା ସହ ଅନ୍ୟ ଦୁରାରୋଗ୍ୟରେ ପୀଡିତ ଯୋଗୁଁ ବି ଅଧିକାଂଶଆକ୍ରାନ୍ତଙ୍କ ମୃତ୍ୟ ହେଉଛି । ଅନ୍ୟ ରୋଗରେ ପୀଡିତ ଥାଇ ବି ପଜିଟିଭ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହେଲେକୋଭିଡ ମୃତ୍ୟୁ ବୋଲି ଗଣାଯାଉଛି । ବର୍ତମାନ ସାଧାରଣ ବେଡ଼ରେ ୫୩୨ ଜଣ ,ଆଇସିୟୁ ରେ ୪୭୩ ଜଣ ଓ୮୫ ଜଣ ଭେଂଟିିଲେଟର ରେ ରହିଥିବା ସେ ପ୍ରକାଶ କରିଛନ୍ତି ।