ନୂଆପଡ଼ା, କୃଷକ ସୈନିକ ପରମ୍ପରାର ମହାନ ପ୍ରବାଦ ପୁରୁଷ ସନ୍ୟାସୀ ସ୍ଵର୍ଗତ ପ୍ୟାରିମୋହନ ସାମନ୍ତରାୟଙ୍କର ୧୦୫ ତମ ଜନ୍ମ ଜୟନ୍ତୀ ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ କାସିପଲା ଗ୍ରାମ ଠାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ଵରିଷ୍ଠ ପରାମର୍ଶଦାତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ, ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ରୁଦ୍ର ପଦ୍ମିନୀ ହାଇସ୍କୁଲ ଚିନ୍ଦାଗୁଡାର ପ୍ରଧାନ ଶିକ୍ଷକ ଡ଼. ସୁଶାନ୍ତ କୁମାର ବିଶି, କଳିଙ୍ଗ ଭାରତୀ ଫାଉଣ୍ଡେସନର ରାଜ୍ୟ ସମ୍ପାଦକ ଅଶୋକ କୁମାର ବାରିକ, ଓଡ଼ିଶା ବିକାଶ ପରିଷଦର ରାଜ୍ୟ ସମ୍ପାଦକ ହାଇକୋର୍ଟ ଆଇନଜୀବୀ ବିଭୁଦତ୍ତ ଚଳାନ, କଳିଙ୍ଗ ଭାରତୀ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ଶ୍ରୀବତ୍ସ ବାରିକ, ବରିଷ୍ଠ ସ୍ବେଛାସେବୀ ସୁରେନ୍ଦ୍ର ଦଣ୍ଡସେନା ଯୋଗଦାନ କରି ପ୍ରବାଦ ପୁରୁଷ ସ୍ଵର୍ଗତ ପ୍ୟାରୀମୋହନ ସାମନ୍ତରାୟଙ୍କ ଜିବନୀ ଉପରେ ନିଜ ନିଜ ମତ ପୋଷଣ କରିବା ସହିତ ସେ କେମିତି ଉତ୍କଳକୁ ଓଡିଶାକୁ କେମିତି ବିକାଶ ପଥରେ ଆଗେଇ ନିଆଯାଇପାରିବ ସେଥି ନିମନ୍ତେ ସବୁବେଳେ ମନପ୍ରାଣ ଢାଲି ଦେଇଥିଲେ ।