
ଭୁବନେଶ୍ୱର , ଯଦି କିଛି ଲକ୍ଷଣ ଅଛି, ପିଲାମାନଙ୍କୁ ସ୍କୁଲ ଛାଡନ୍ତୁନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ସର୍ଭେଲାନ୍ସ ଜାରି ରହିବ । ଗାଁ ମାନଙ୍କରେ ଆଶା ଅଛନ୍ତି, ପୁରୁଷକର୍ମୀ ଅଛନ୍ତି । ଆରଆରଟି ଟିମ ବି ରହିଛି । ନଜର ରହିବ କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟକରାଯିବ । ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟ, ତେଣୁ ଅଭିଭାବକ ମାନଙ୍କର ଦାୟିତ୍ୱ ରହିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି । ତେବେ ସେହ ିପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ । ଶିକ୍ଷକ ମାନେ ବି ଫିଜିକାଲ ଦୂରତା ସହ ସଫା ସୁତୁରା ରଖି ଭେଂଟିଲେସନ ରୁମରେ କାର୍ଯ୍ୟ କରିବାକୁ ପରାମର୍ଶ ରହିଛି । କିଛି ଲକ୍ଷଣ ପାଇଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତକରାଇବାକୁ କୁହାଯାଇଛି ।