-
୫୦ ଜଣ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ୍ ଓ ସମର୍ପଣ ଟ୍ରଷ୍ଟ ତରଫରୁ ସରସ୍ୱତୀ ପୂଜାକୁ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଛି। ପୁରୀ ଧୋବା ଖାଲ ବସ୍ତି ଠାରେ ଅନ୍ୱେଷଣ ଅନୁଷ୍ଠାନ ଦ୍ଵାରା ପରିଚାଳିତ ମୁକ୍ତ ଶିକ୍ଷା କେନ୍ଦ୍ର ଠାରେ ପାଠ ପଢ଼ୁ ଥିବା ୫୦ରୁ ଉର୍ଦ୍ଧ ଶିଶୁ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯିବା ସହିତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବାଗ୍ମିତା ପ୍ରତିଯୋଗିତା ଆୟୋଜିତ କରା ଯାଇଥିଲା ।ଏହି କାର୍ଯକ୍ରମରେ ବେଲ୍ ର ଆବାହକ ଶ୍ରୀ ସିଦ୍ଧାର୍ଥ ରାୟ,ଆର୍ଟ ଅଫ ଲିଭିଂ ର ପ୍ରଶିକ୍ଷକ ପ୍ରଫୁଲ୍ଲ ମିଶ୍ର,ସମାଜ ସେବୀ ଦେବାଶିଷ ପାଣ୍ଡେ,ସଂଘମିତ୍ରା ମହାନ୍ତି ଅତିଥି ରୂପେ ଯୋଗ ଦେଇ ବସ୍ତି ଅଞ୍ଚଳରେ ରହୁଥିବା ଛୋଟ ପିଲାଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଉତ୍ତମ ଶିକ୍ଷା ପରିବେଶ ପାଉ ନଥିବାରୁ,ସେମାନଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ଅଧିକ ରୁ ଅଧିକ କାର୍ଯ୍ୟ କରିବା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ମାନେ ଆଗେଇ ଆସିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ ଏବଂ ଏହି ଅବସରରେ ଶିଶୁ ସମାଚାର ର ଫ୍ରେବୁଆରୀ ମାସର ସଂଖ୍ୟା କୁ ଉନ୍ମୋଚନ କରାଯାଇ ଥିଲା।କାର୍ଯ୍ୟକ୍ରମକୁ ବ୍ରଜ କିଶୋର ସାହୁ,ସତ୍ୟ ନାରାୟଣ ସାହୁ,ରାଜ କିଶୋର ପାତ୍ର,ରତିକାନ୍ତ ପ୍ରତିହାରୀ, ସୁକାନ୍ତ ପଣ୍ଡା,ସନ୍ତୋଷ କୁମାର ରାଉତ, ରାଜକିଶୋର ପାତ୍ର,ବାମଦେବ ମହାରଣା, ପ୍ରିୟଦର୍ଶିନୀ ଓ ସୁମିତ୍ରା ପତିଆ ପ୍ରଭୃତି ପରିଚାଳନା କରିଥିଲେ।