
କନ୍ଧମାଳ – ଟିକାବାଲିର ଡୁଙ୍ଗି ଠାରେ ଥିବା ପ୍ରସିଦ୍ଧ ପଂଚୁଲିଙ୍ଗେଶ୍ୱର ଶୈବ ପୀଠରେ ଆଗାମୀ କାର୍ତିକ ପଂଚୁକରେ ଏକଲକ୍ଷ ଆଠ ଦୀପ ଯଜ୍ଞ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁ Â ିତ ହେଇଯାଇଛି. ଗତ ୮ ବର୍ଷ ଧରି ଟିକାବାଲିର ମା ବନଦେବୀ ଯୁବକ ସଂଘ ପକ୍ଷରୁ କାର୍ତିକ ପଂଚୁକ ପାଂଚ ଦିନରେ ଏକଲକ୍ଷ ଆଠ ଦୀପଯଜ୍ଞ ଅନୁ Â ିତ ହେଇ ଆସୁଛି. ଚଳିତ ବର୍ଷ ଆସନ୍ତା ୮ରୁ ୧୨ ତାରିଖ ପାଂଚ ଦିନ ଧରି ପଂଚୁକ ଅବସରରେ ଏହି ଦୀପ ଯଜ୍ଞ ଅନୁ Â ିତ ହେବ. ଏଥିରେ କନ୍ଧମାଳ ସମେତ ଗଞ୍ଜାମ, ବୌଦ୍ଧ ଓ ନୟାଗଡ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେବେ. ତେଣୁ ଶାନ୍ତି ଶୃଙ୍ଖଳାର ସହ ଯେପରି ଦୀପ ଯଜ୍ଞ ଅନୁ Â ିତ ହେବ ସେଥିନେଇ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି. ବୈଠକରେ ସଂଘର ସଭାପତି ସାଇରାମ ବେହେରା, ଉପସଭାପତି ବିକାଶ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଜଗାକାଳିଆ ବେହେରା, ସହ ସମ୍ପାଦକ ସୁଶାନ୍ତ ନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ.