
ରାଉରକେଲା , ବିବାହାର କିଛି ଦିନ ପରେ ପରକିୟା ପ୍ରୀତି ର ସଂନ୍ଦେହ କୁ ନେଇ ଜଣେ ପ୍ରଶାସନିକ ଅଧିକାରୀ ଓ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ରାଜ୍ୟର ବିଭିନ୍ନ ଥାନା କୁ ଯିବା ପରେ ଗତ କାଲି ପୁଣି ରାଜଗାଙ୍ଗପୁର ଥାନାରେ ପହଁଚିଛି, । ଥାନାରେ ଡାଲିଆ ଦେବନାଥ (ରାଜଗାଙ୍ଗପୁର ତହସିଲଦାର ସରତ କୁମାର ବାଗ ଙ୍କ ପତ୍ନୀ ) ଅଭିଯୋଗ ଆଣିଛନ୍ତି ତାଙ୍କର ୩ଝିଅ ଙ୍କୁ ତାଙ୍କ ସ୍ୱାମୀ ନେଇଯାଇଛନ୍ତି ତାଙ୍କୁ ସେମାନଙ୍କୁ ଫେରାଇବା ସହ ତାଙ୍କୁ ଭରଣ ପୋଷଣ ମଧ୍ୟ ଦିଅନ୍ତୁ ,ଏହି ଖବର ଆଜି ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି ।ଅଭିଯୋଗରୁ ପ୍ରକାଶ ୨୦୦୬ରେ ଉଭୟ ଉଭୟଙ୍କୁ ପସନ୍ଦ କରି ବିବାହ କରିବା ପରେ କିଛି ମିଛ କଥାକୁ ନେଇ ପ୍ରଥମଥର ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ପୁଣି ସବୁ ଠିକ ହୋଇଯାଇଥିଲା । ତେବେ ସ୍ୱାମୀ ସ୍ତ୍ରୀ ହୋଇ ଜୀବନ ବିତାଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କୁ ବଲାଙ୍ଗୀର ଅଂଚଳରୁ ପରକିୟା ପ୍ରୀତି କୁ ନେଇ ଅଭିଯୋଗ ସ୍ୱାମୀଙ୍କ ବିରୋଧରେ ପତ୍ନୀ ଆଣିବାରୁ ଆରମ୍ଭ ହୋଇଥିଲା ବିବାଦ ।ତେବେ ତାହା ଧିରେ ଧିରେ ବଢିବା ସହ ସେଠାରେ ଏକ କେଶ ମଧ୍ୟ କୋର୍ଟରେ ହୋଇଥିଲା ବୋଲି ଅଧିକାରୀଙ୍କ ପତ୍ନୀ ଫୋନରେ ପ୍ରତିକ୍ରିୟା ଦେଇ କହିଛନ୍ତି । ସେଠାରେ ମାନ୍ୟବର ଅଦାଲତ ଦେଇଥିବା ଆଦେଶନାମାକୁ ଅଧିକାରୀ ଜଣକ ମାନୁ ନଥିବା ସେ ଅଭିଯୋଗ କରିଛନ୍ତି । ପୁଣି ପରସ୍ପର ବୁଝା ମଣା ହୋଇ କିଛି ଦିନ ରହିବା ପରେ ୨୦୧୬ରେ ୩ୟ ଝିଅ ଜନ୍ମ ନେଇଥିଲା । ସେ ବର୍ତ୍ତମାନ ୪.୫ ବର୍ଷର ବୋଲି ତାଙ୍କ ମା ଡାଲିଆ ଦେବନାଥ କହିଛନ୍ତି ।ବଲାଙ୍ଗୀର ରୁ ବରଗଡ ଯାଏ ଏମିତି ଚାଲିବାପରେ ପିଡିତାଙ୍କ ସ୍ୱାମୀ ବର୍ତମାନ ରାଜଗାଙ୍ଗପୁରରେ, ପ୍ରଶାସନିକ ଦାୟିତ୍ୱରେ ଅଛନ୍ତି । ଅଧିକାରୀ ଜଣକ ି ବତର୍ତ୍ତମାନ ରାଜଗାଙ୍ଗପୁର ତହସିଲାଦାର ଭାବେ କାମ କରୁଛନ୍ତି ।୩ୟ ଝିଅ ଜନ୍ମ ପରେ ପୁଣି ନିଜ ପତ୍ନୀଙ୍କର ସଂନ୍ଦେହ ଘେରକୁ ଅଧିକାରୀ ଜଣକ ଆସିବା ପରେ ୨୦୧୭ରୁ ଉଭୟ ଅଲାଗା ରହିଥିଲେ । ତେବେ ତାଙ୍କର ୩ଝିଅ ମା ଙ୍କ ପାଖରେ ଝାରସୁଗୁଡା ରେ ରହୁଥିଲେ । ୩/୪ଦିନ ତଳେ ନିଜ ପିଲା ମାନଙ୍କୁ ନପାଇ ଡାଲିଆ ଦେବୀ ରାଜଗାଙ୍ଗପୁରରେ ପହଁଚି ତହାସିଲଦାରଙ୍କ ଘରେ ଖୋଜିବାକୁ ପହଁଚିଥିଲେ, ଘରେ ତାଙ୍କୁ ନପାଇ ଥାନାରେ ଏତଲା କରିଛନ୍ତି । ତାଙ୍କ ଏତଲା ଅନୁସାରେ ତହସିଲାଦାର ମୋହଦୟ ନିଜର ପୁରୁଣା ଅଭ୍ୟାସ ଛାଡିନାହାନ୍ତି ,ତାଙ୍କର ୩ଝିଅଙ୍କୁ ନେଇଯାଇଛନ୍ତି ,ସେ ତାଙ୍କ ଝିଅଙ୍କୁ ଫେରାଇ ଦିଅନ୍ତୁ ଓ ମାନ୍ୟବର କୋର୍ଟଙ୍କ ଆଦେଶ ଅନୁସାରେ ଭରଣ ପୋଷଣ ମଧ୍ୟ ଦିଅନ୍ତୁ । ତେବେ ଏହି ଅଭିଯୋଗ ପତ୍ର ପୁଲିସ ପାଇବା ପରେ ମାମାଲାକୁ ଜାଣିବା ଲାଗି ତଦନ୍ତ ଜାରୀ ରଖିଥିବା ଖବର ମିଳିଛି ।ତେବେ ଏନେଇ ରାଜଗାଙ୍ଗପୁର ତହସିଲଦାର ସରତ କୁମାର ବାଗ ଙ୍କ ପ୍ରତିକ୍ରିୟା ଜାଣିବା ଲାଗି ତାଙ୍କ ବ୍ୟକ୍ତି ଗତ ମୋବାଇଲ ନମ୍ବର ଯାହାକି ବରଗଡରୁ ସେ ବ୍ୟବହାର କରୁଥିଲେ ସେଥିରେ ଯୋଗା ଯୋଗ କରାଯିବାରୁ କୌଣସି ଉତର ମିଳିନାହିଁ ।