
ପବିତ୍ର ଓଡିଶା ମାଟିର ଗୌରବ ତଥା ଓଡିଶାକୁ ଏକ ସମ୍ପୁର୍ଣ୍ଣ ରାଜ୍ୟ ଗଠନରେ କରିବାରେ ନିଜର ବହୁ ମୂଲ୍ୟ ଅବଦାନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଶ୍ରାଦ୍ଧଦିବସ ବା ପୂଣ୍ୟତିଥି ଅବସରରେ ଶୁକ୍ରବାର ତା ୦୪,୦୨,୨୦୨ ରିଖ ଦିନ ସକାଳ ୯ଟା ସମୟରେ ପୁରୀ ତଥା ଓଡିଶାର ରାଜ୍ୟର ଅଗ୍ରଣୀ ସେବ।
ଅନୁଷ୍ଠାନ “ଆପଣଙ୍କ ସେବାରେ” ଶ୍ରୀଜଗନ୍ନାଥ ଧାମ, ପୁରୀ ଶାଖା ତରଫରୁ ପୁରୀ ଆରକ୍ଷୀ କାର୍ଯ୍ୟାଳୟ ସମ୍ମୁଖ ପାର୍କ ମଧ୍ୟରେ ଅବସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଅନୁଷ୍ଠାନ ରାଜ୍ୟ ମହାସଚିବ ଶ୍ରୀ ମନୋଜ କୁମାର ପ୍ରଥମେ ମାଲ୍ୟ ଅର୍ପଣ
କରିଥିଲେ ତାହା ସହିତ ମଧୁସୁଦନ ଦାସଙ୍କର ଜୀବନୀ ବିଷୟରେ ଆଲୋକପାତ କରିଥିଲେ ଯେ, ସେ ଓଡିଶାକୁ ଏକ ପୂର୍ଣ୍ଣ ରାଜ୍ୟ ଗଠନ ପାଇଁ ମଧୁସୁଦନ ଦାସଙ୍କର ଅବଦାନ ଅତୁଳନୀୟ, ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଉର୍ନ୍ନତି ସେ ଯେଉଁ କାର୍ଯ୍ୟ କରି ଯାଇଛନ୍ତି ତାହା ଆମ ମାନଙ୍କ ପାଇଁ ସମାଜରେ କିଛି କରିବା ପାଇଁ ଉଦାହରଣ । ପରେ ଅନୁଷ୍ଠାନର ରାଜ୍ୟ ପଦାଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ର, ଶ୍ରୀ ଜଗଦୀଶ ପ୍ରଧାନ,
ବିନୋଦ କୁମାର ସେନାପତି, ଶ୍ରୀଜଗନ୍ନାଥ ଧାମ ଶାଖାର ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର,
ରଞ୍ଜେସ ସାହୁ ଓ ଅନ୍ୟ ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ ମଧୁସୁଦନ ଦାସଙ୍କର ଦ୍ବାରା ଗଠିତ ଉତ୍କଳ ସମ୍ମିଳନି, ସମାଜରେ, ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ଅଭିବୃଦ୍ଧି ପାଇଁ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକର୍ମରେ ବହୁ ଛାତ୍ର ଓ ଛାତ୍ରୀ ଯୋଗଦାନ କରିଥିଲେ । ଅନୁଷ୍ଠାନର ‘ଶ୍ରୀଜଗନ୍ନାଥ ଧାମ, ପୁରୀ ଶାଖା ତରଫରୁ ସମସ୍ତ କାର୍ଯ୍ୟକର୍ମ ପରିଚାଳନା କରଯାଇଥିଲା ।