ଶ୍ରୀକ୍ଷେତ୍ର ପୁରୋହିତ ସମିତି ତରଫରୁ ପୁରୀ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି |ସୂଚନା ଅନୁସାରେ ୨୦୨୦ ମସିହା ପରଠାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା କରୋନା କଟକଣା ପାଳନ ପୂର୍ବକ ଶ୍ରୀକ୍ଷେତ୍ର ପୁରୋହିତ ସମିତି ସଦସ୍ୟ ମାନଙ୍କୁ ଶ୍ରୀମନ୍ଦିର କୁ ପ୍ରବେଶ ଅନୁମତି ନଥିଲା |
ଏହି ନିୟମ ପାଳନ କରି ସମିତି ସଦସ୍ୟ ମାନେ କେହି ଯାଇନଥିଲେ |ହେଲେ ଶ୍ରୀମନ୍ଦିର ଖୋଲିବା ପରଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ପୁରୋହିତ ସମିତି ସଦସ୍ୟ ମାନଙ୍କ କୌଣସି ବ୍ୟବସ୍ଥା କରାଯାଇ ନାହିଁ |ପରମ୍ପରା ଅନୁସାରେ ଦୀର୍ଘ ବର୍ଷ ଧରି ପୁରୋହିତ ମାନେ ୨୨ ପାହାଚରେ ପୂର୍ବ ପୁରୁଷ ମାନଙ୍କ ଉଦେଶ୍ୟରେ ପିଣ୍ଡ ଦାନ ଓ ପୂଜା କରି ଆସୁଛନ୍ତି |ପୂର୍ବରୁ ସମସ୍ତଙ୍କର ବିଶ୍ୱାସ ରହିଛି ଯେ ୨୨ ପାହାଚରେ ପିଣ୍ଡ ପ୍ରଦାନ କଲେ ପୂର୍ବ ପୁରୁଷଙ୍କ ସ୍ୱର୍ଗ ପ୍ରାପ୍ତି ହୁଏ |ଏହି ପରମ୍ପରାକୁ ବଜାଇ ରଖିବା ପାଇଁ ଶ୍ରୀକ୍ଷେତ୍ର ପୁରୋହିତ ସମିତି ସଦସ୍ୟ ମାନଙ୍କୁ ୨୨ ପାହାଚରେ ପୁନଃ ଥଇଥାନ ନିମନ୍ତେ ସମିତି ଦାବିପତ୍ର ପ୍ରଦାନ କରିଛି |ଦାବିପତ୍ର ପ୍ରଦାନ ସମୟରେ ସମିତିର ସଦସ୍ୟ ସରୋଜ ଚନ୍ଦ୍ର ଦାଶ, ପ୍ରସନ୍ନ କୁମାର ମହାପାତ୍ର, ନବ କିଶୋର ମିଶ୍ର,ପ୍ରସନ୍ନ କୁମାର ନନ୍ଦ,ଶିବ ନାରାୟଣ ଦାଶ, ମନୋରଞ୍ଜନ ନନ୍ଦ,ଶ୍ରୀକାନ୍ତ ଶତପଥି,ସରୋଜ କୁମାର କର,ସୂର୍ଯ୍ୟ ନାରାୟଣ ଦାଶ, ବଳରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |