
ମାଲକାନଗିରି,ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ କିପରି ସୁରୁଖୁରୁରେ ନିର୍ବାଚନ ହେଇପାରିବ ସେଥିପାଇଁ ସ୍ୱାଭିମାନ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀ ଙ୍କ ଘନ ଘନ ଗ୍ରସ୍ତ।୨୦୧୭ ମସିହାରେ ମାଓବାଦୀ ପ୍ରଭାବ ଯୋଗୁ ସ୍ୱାଭିମାନ ଅଞ୍ଚଳ ସମେତ ଚିତ୍ରକୋଣ୍ଡା ବ୍ଲକର କୌଣସି ଜାଗାରେ ବି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇପାରିନଥିଲା।ଚଳିତ ବର୍ଷ କିପରି ସ୍ୱାଭିମାନ ଅଞ୍ଚଳ ସମେତ ଚିତ୍ରକୋଣ୍ଡା ବ୍ଲକରେ କିପରିଭାବରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁରୁଖୁରରେ ହୋଇପାରିବ ସେଥିପାଇଁ ପ୍ରଶାସନ ତତ୍ପରତା ଦେଖାଇଛି।ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତରେ ମାଲକାନଗିରି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୁଁୟା,ଉପ – ଜିଲ୍ଲାପାଳ ଅକ୍ଷୟ ଖେମୁଡୁ,ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦୀୱେଦି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଗାଁ ଗ୍ରସ୍ତକରି କିପରି ଭାବରେ ପଞ୍ଚାୟତ ନିର୍ବାଚନ ସୂରୁଖୁରରେ ହୋଇପାରିବ ସେନେଇ ସ୍ୱାଭିମାନ ଅଞ୍ଚଳର ପଣସପୁଟ,ଯନ୍ତ୍ରୀ, ଘନବେଡା, ଯୋଡାମ୍ବ, ଧୂଳିପୁଟ,ରାଲେଗଡ଼ା ପ୍ରଭୁତି ପଞ୍ଚାୟତର ମତଦାନ କେନ୍ଦ୍ର ଗୁଡ଼ିକ ଗ୍ରସ୍ତ କରିଥିଲେ ଏହାପରେ ଚିତ୍ରକୋଣ୍ଡା ବ୍ଲକରେ ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳ ଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ।ଉପ ଜିଲ୍ଲାପାଳ ଅକ୍ଷୟ ଖେମୁଡୁ କହିବା ଅନୁସାରେ ସ୍ୱାଭିମାନ ଅଞ୍ଚଳର ଆଇନ ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣଧିନ ଥିବାବେଳେ ଆଗାମୀ ଦିନରେ ନିର୍ବାଚନ କୁ ନେଇ ଯେକୌଣସି ସମସ୍ୟା ଉପଯିଲେ ସମାଧାନ କରିବାପାଇଁ ପ୍ରଶାସନ ସଜାଗ ରହିଛି!ସେହିପରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୁଁୟା କହିବା ଅନୁସାରେ ମତଦାନ କେନ୍ଦ୍ର ଷ୍ଟ୍ରଙ୍ଗରୁମ ସୁରକ୍ଷା ବଳୟ ଭିତରେ ରହିଛି ଓ ଭୋଟର କିପରି ସୁରକ୍ଷିତ ଭାବରେ ମତଦାନ କରିପାରିବେ ପ୍ରଶାସନ ସେଥିପ୍ରତି ଗୁରୁତ୍ବ ଦେଇଛି।